କ୍ୟାପିଟାଲ ହସ୍ପିଟାଲ ପରିସରରେ ମେଡିକୋ-ଲିଗାଲ୍ ଫ୍ୟାସିଲିଟେସନ୍ କେନ୍ଦ୍ରର ଶୁଭାରମ୍ଭ

Aug 28, 2023 - 17:59
 0  7
କ୍ୟାପିଟାଲ ହସ୍ପିଟାଲ ପରିସରରେ ମେଡିକୋ-ଲିଗାଲ୍ ଫ୍ୟାସିଲିଟେସନ୍ କେନ୍ଦ୍ରର ଶୁଭାରମ୍ଭ
କ୍ୟାପିଟାଲ ହସ୍ପିଟାଲ ପରିସରରେ ମେଡିକୋ-ଲିଗାଲ୍ ଫ୍ୟାସିଲିଟେସନ୍ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା କ୍ୟାପିଟାଲ ଥାନା ଫାଣ୍ଡିରେ ଏକ "ମେଡିକୋ-ଲିଗାଲ୍ ଫ୍ୟାସିଲିଟେସନ୍ କେନ୍ଦ୍ର" ର ଶୁଭାରମ୍ଭ କରାଯାଇଛି

ଏଥିରେ ମାନ୍ୟବର ରାଜ୍ୟ ସଭାର ସାଂସଦ ସୁଜିତ କୁମାର, ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଉକ୍ତ କେନ୍ଦ୍ରକୁ ଉଦଘାଟନ କରିଥିଲେଅନ୍ୟ ଅତିଥି ମାନଙ୍କ ମଧ୍ୟରେ, ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର  ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ର ଡାଇରେକ୍ଟର, ଡ଼ ଏଲ. ଡି. ସାହୁ, , ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ଅତିରିକ୍ତ ପୁଲିସ କମିଶନର ଡଃ ଉମାଶଙ୍କର ଦାଶ, ଭୁବନେଶ୍ବର ଡିସିପି ପ୍ରତୀକ ସିଂହ, ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ ।
 

ସୂଚନାଯୋଗ୍ୟ ଯେ, ବିଭିନ୍ନ ସମୟରେ ଦେଖା ଯାଇଅଛି ଯେ, ମେଡିକୋ-ଲିଗାଲ୍ କେସରେ ଦୁର୍ଘଟଣା କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କର ନିକଟ ସମ୍ପର୍କୀୟ ମୃତ୍ଯୁବରଣ କରିଥିବା ସମୟରେ ସେମାନଙ୍କର ଶବ ବ୍ୟବଛେଦ ସମୟରେ ବିଭିନ୍ନ ସମସ୍ଯା ଉପୁଜିଥାଏ

ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୁଲିସ ତରଫରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଏକ "ମେଡିକୋ-ଲିଗାଲ୍ ଫ୍ୟାସିଲିଟେସନ୍ କେନ୍ଦ୍ର" ଖୋଲା ଯାଇଅଛି ଏଠାକୁ ସମସ୍ଯା ନେଇ ଆସୁଥିବା ବ୍ୟକ୍ତି ମାନଙ୍କୁ ସମସ୍ତ ସୁବିଧା ଅତି କମ ସମୟରେ କିପରି ଯୋଗାଇ ଦିଆ ଯାଇପାରିବ ସେଥି ପ୍ରତି ବିଶେଷ ଗୁରୁତ୍ବ ଦିଆଯିବ  

What's Your Reaction?

like

dislike

love

funny

angry

sad

wow