ଗ୍ଲୋବାଲ ୱାର୍ମିଂର ପ୍ରଭାବ, ଲଦାଖରେ ସୃଷ୍ଟି ହୋଇପାରେ ତିନିଟି ହ୍ରଦ!

Jul 28, 2023 - 07:49
Jul 29, 2023 - 07:50
 0  6
ଗ୍ଲୋବାଲ ୱାର୍ମିଂର ପ୍ରଭାବ, ଲଦାଖରେ ସୃଷ୍ଟି ହୋଇପାରେ ତିନିଟି ହ୍ରଦ!
ଗ୍ଲୋବାଲ ୱାର୍ମିଂର ପ୍ରଭାବ, ଲଦାଖରେ ସୃଷ୍ଟି ହୋଇପାରେ ତିନିଟି ହ୍ରଦ!

ଗ୍ଲୋବାଲ ୱାର୍ମିଂର ପ୍ରଭାବ, ଲଦାଖରେ ସୃଷ୍ଟି ହୋଇପାରେ ତିନିଟି ହ୍ରଦ!
ଗ୍ଲୋବାଲ ୱାର୍ମିଂର ପ୍ରଭାବ ଯୋଗୁଁ ଲଦାଖର ପାର୍କଚିକ ଗ୍ଲେସିୟର ପଛକୁ ହଟି ଚାଲିଛି । ଫଳରେ ତିନିଟି ହ୍ରହ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି । ସବଗ୍ଲେସିୟଲ ଓଭର ଡିପେନିଂ ଯୋଗୁଁ ଲଦାଖର ପାର୍କଚିକ ଗ୍ଲେସିୟରରେ ଭିନ୍ନ ଭିନ୍ନ ଆକାରର ତିନିଟି ହ୍ରଦ ସୃଷ୍ଟିର ସମ୍ଭାବନା ରହିଛି । ଗ୍ଲେସିୟର ଦ୍ୱାରା ନଷ୍ଟ ହୋଇଥିବା ଅବବାହିକା ଓ ଉପତ୍ୟକାର ଏହା ଏକ ବୈଶିଷ୍ଟ୍ୟ ବୋଲି ଜଣାପଡିଛି । ହିମାଳୟର ଗ୍ଲେସିୟର ଉପରେ ପ୍ରାୟ ଏକ ଶହ ବର୍ଷରୁ ଅଧିକ ଧରି ଗବେଷଣା ଜାରି ରହିଛି । ଏଥିପାଇଁ କ୍ଷେତ୍ରଭିତ୍ତିକ ତଦନ୍ତ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ରିମୋଟ ସେନ୍ସିଂ ପରୀକ୍ଷଣ ଜାରି ରହିଛି । 2015ରୁ 2021 ମଧ୍ୟରେ ହୋଇଥିବା ଦୈନନ୍ଦିନ ପରୀକ୍ଷଣରୁ ଜଣାପଡିଛି ପାର୍କଚିକ୍ ଗ୍ଲେସିୟର ପଛକୁ ହଟିଛି । ସେହିପରି ଲ୍ୟାଣ୍ଡସ୍ୟାଟ ତଥ୍ୟରୁ ମଧ୍ୟ ଗ୍ଲେସିୟର ପଛକୁ ହଟୁଥିବା ସ୍ପଷ୍ଟ ହୋଇଛି । ଯଦି ଏହିପରି ପଛକୁ ହଟିଚାଲେ ତେବେ ସବଗ୍ଲେସିୟଲ ଅଧିକ ଗଭୀର ହେବା ଯୋଗୁଁ ଭିନ୍ନ ଭିନ୍ନ ଆକାରର ତିନିଟି ହ୍ରଦ ସୃଷ୍ଟି ହୋଇପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow