ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି
ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି
ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ୱର ଏସପି ସାଗରିକା ନାଥ ଚିଠି ଲେଖିଛନ୍ତି । ମୁଖ୍ୟ ଅଭିଯୁକ୍ତ ବିଶାଳ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିହାର ଏଜିଙ୍କୁ ବାଲେଶ୍ୱର ପୁଲିସ ପକ୍ଷରୁ ଚିଠି ଲେଖାଯାଇଛି । ସେହିପରି
ସହକାରୀ ଶିକ୍ଷକ ଥିବା ଅଭିଯୁକ୍ତ ଗୋବିନ୍ଦ ତ୍ରିପାଠୀଙ୍କ ପାଇଁ କନ୍ଧମାଳ ଡିଇଓ ଏବଂ ଅନ୍ୟତମ ଅଭିଯୁକ୍ତ ସହକାରୀ ଶିକ୍ଷକ ସୁଶାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଡିଇଓଙ୍କୁ ଚିଠି ଲେଖାଯାଇଛି । ଏହାସହିତ ଡିଲରେ ସଂପୃକ୍ତ ୮୮ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଏସଏସସିକୁ ଚିଠି ଲେଖାଯାଇଛି । ଭବିଷ୍ୟତରେ ସେମାନଙ୍କୁ ଓଏସଏସସିର ସମସ୍ତ ପରୀକ୍ଷାରୁ ବଞ୍ଚିତ କରିବାକୁ ଚିଠି ଲେଖିଛନ୍ତି ।
What's Your Reaction?