ଆସିଲା ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ

Jul 28, 2023 - 07:53
Jul 29, 2023 - 07:53
 0  5
ଆସିଲା ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ
ଆସିଲା ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ

ଆସିଲା ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ
ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି । ଏହି ରିପୋର୍ଟରେ ହତ୍ୟା ସଂପର୍କିତ ଅନେକ ତଥ୍ୟ ମିଳିଛି । ଏହି ଟେଷ୍ଟ ବେଳେ ଗୋପାଳକୁ ମୋଟ ୨୬ଟି ପ୍ରଶ୍ନ ପଚରାଯାଇଥିଲା । ଏଥିରୁ ସେ ୧୩ଟି ପ୍ରଶ୍ନର ଉତ୍ତରରେ ‘ହଁ’ ଏବଂ ବାକି ୧୩ଟି ପ୍ରଶ୍ନର ଉତ୍ତରରେ ‘ନା’ କହିଥିଲା । ମନ୍ତ୍ରୀ ନବ ଦାସ ତା ଉପରେ ରାଗିଥିବା ଖବର ପାଇ ଗୋପାଳ ଚିନ୍ତାରେ ଥିଲା । ମନ୍ତ୍ରୀଙ୍କ ଆଡୁ ଜୀବନପ୍ରତି ବିପଦ ରହିଛି ବୋଲି ସେ ଆଶଙ୍କା କରୁଥିଲା । ତେଣୁ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ମୁଣ୍ଡନ ହୋଇ ମନ୍ଦିରରେ ଶପଥ ନେଇଥିଲା । ଗତ ଜାନୁଆରି ୨୯ରେ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା । ତେବେ ଏହା ପୂର୍ବରୁ ମଧ୍ୟ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ୨ ଥର ଉଦ୍ୟମ କରି ବିଫଳ ହୋଇଥିଲା ବୋଲି ଜଣାପଡ଼ିଛି ।

What's Your Reaction?

like

dislike

love

funny

angry

sad

wow