ଓସିଏସ ପରୀକ୍ଷାଫଳ ପ୍ରକାଶନ ମାମଲା, ରହିତାଦେଶ ହଟାଇଲେ ହାଇକୋର୍ଟ

Jul 27, 2023 - 07:25
Jul 28, 2023 - 07:25
 0  5
ଓସିଏସ ପରୀକ୍ଷାଫଳ ପ୍ରକାଶନ ମାମଲା, ରହିତାଦେଶ ହଟାଇଲେ ହାଇକୋର୍ଟ
ଓସିଏସ ପରୀକ୍ଷାଫଳ ପ୍ରକାଶନ ମାମଲା, ରହିତାଦେଶ ହଟାଇଲେ ହାଇକୋର୍ଟ

ଓସିଏସ ପରୀକ୍ଷାଫଳ ପ୍ରକାଶନ ମାମଲା, ରହିତାଦେଶ ହଟାଇଲେ ହାଇକୋର୍ଟ
ଓଡିଶା ସିଭିଲ୍‌‌ ସର୍ଭିସ (ଓସିଏସ)-୨୦୨୧ ପରୀକ୍ଷାଫଳ ପ୍ରକାଶନ ଉପରୁ ହାଇକୋର୍ଟ ରହିତାଦେଶ ହଟାଇ ଦେଇଛନ୍ତି । ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ପରୀକ୍ଷା ଫଳ ପ୍ରକାଶନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଅଦାଲତଙ୍କ ବିନା ଅନୁମତିରେ ପରୀକ୍ଷା ଫଳ ପ୍ରକାଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ ଓଡିଶା ଲୋକସେବା ଆୟୋଗ (ଓପିଏସସି) ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା । ଏହି ନିର୍ଦ୍ଦେଶ ଦ୍ୱାରା ଅନ୍ୟ ପ୍ରାର୍ଥୀମାନେ ପ୍ରଭାବିତ ହେବେ ବୋଲି ଆବେଦନରେ ଦର୍ଶା ଯାଇଥିଲା । ହାଇକୋର୍ଟ ଓପିଏସସି ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ତେବେ ଗୋଟିଏ ପଦବୀ ସଂରକ୍ଷିତ ରଖିବା ପାଇଁ ଓ ହାଇକୋର୍ଟଙ୍କ ବିନା ଅନୁମତିରେ ସେହି ପଦବୀ ପୂରଣ ନକରିବା ପାଇଁ ହାଇକୋର୍ଟ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow