ପଦ୍ମଶ୍ରୀ ରଜତ କୁମାର କରଙ୍କ ୯୦ତମ ଜୟନ୍ତୀ ପାଳିତ

Sep 2, 2023 - 20:35
 0  7
ପଦ୍ମଶ୍ରୀ ରଜତ କୁମାର କରଙ୍କ ୯୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପଦ୍ମଶ୍ରୀ ରଜତ କୁମାର କର ଏକା ଧାରା ରେ ଜଣେ ପ୍ରବୀଣ ବକ୍ତା, ସାହିତ୍ୟିକ,ଲେଖକ,ଇତିହାସ ଗବେଷକ,ନାଟ୍ୟକାର,କବି ଓ ଅଭିନେତା ଥିବା ବେଳେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ରେ ୧୯୫୯ ରୁ ୬୨ ବର୍ଷ ଧରି ଧାରାବିବରଣୀ ଦେଇ ନିଜକୁ ମହାପ୍ରଭୁଙ୍କ ଏକ ଅନନ୍ୟ ସେବକ ଭାବେ ସ୍ଥାପିତ କରି ପାରି ଥିଲେ l

ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ରେ ପୂର୍ବତନ ଆରକ୍ଷୀ ମହାନିର୍ଦେଶକ  ମନମୋହନ ପ୍ରହରାଜଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ଓ ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦ ଦ୍ୱାରା ଆୟୋଜିତ କରଙ୍କ ୯୦ତମ ଜୟନ୍ତୀ ଉତ୍ସବ ରେ ଅତିଥି ମାନେ ମତ ପ୍ରକାଶ କରିଥିଲେ l

ସମ୍ମାନିତ ଅତିଥି ସଂଗୀତ ନାଟକ ଏକାଡେମୀ ର ଉପସଭାପତି ଡ଼ ମନ୍ମଥ କୁମାର ଶତପଥୀ ଉପସ୍ଥିତ ରହି ଶ୍ରୀ କରଙ୍କ ନାଟ୍ୟ ଜୀବନ ଉପରେ ଆଲୋକପାତ କରି କହିଥିଲେ ଯେ ଐତିହାସିକ ଚରିତ୍ର ମାନଙ୍କ ଉପରେ ନାଟକ ଲେଖି ତାଙ୍କୁ ଜୀବନ୍ତ କରିବାରେ ରଜତ କର ଥିଲେ ଅଦ୍ଵିତୀୟ l

ଅନ୍ୟତମ ସମ୍ମାନୀତ ଅତିଥି ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରରାୟ ଶ୍ରୀ କରଙ୍କୁ ଏକ ଦରଦୀ ବ୍ୟକ୍ତି ଭାବେ ସ୍ମରଣ କରି ତାଙ୍କ ରଚିତ ଜଗନ୍ନାଥ ଜଣାଣ ସବୁ ଅତ୍ୟନ୍ତ ମର୍ମସ୍ପର୍ଶୀ ବୋଲି କହିଥିଲେ. ସମ୍ମାନିତ ବକ୍ତା ବିଶିଷ୍ଠ  ପ୍ରଭାତ କୁମାର ନନ୍ଦ କହିଥିଲେ ଯେ ଗୁରୁ ଦେବ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ଙ୍କ ପରେ ଶ୍ରୀ କରଙ୍କ ବଳିଷ୍ଠ ନେତୃତ୍ୱ ରେ କଳିଙ୍ଗ ଭାରତୀ ର ଭଞ୍ଜ ଆନ୍ଦୋଳନ ବିଶ୍ୱବ୍ୟାପି ଭଞ୍ଜ ସାହିତ୍ୟ କୁ ପ୍ରତିଷ୍ଠିତ କରି ପାରିଥିଲା ଏବଂ ଭଞ୍ଜ ସାହିତ୍ୟ କୁ ଗାୟନ ଓ ବାଖ୍ୟାନ କରିବାର ଅନନ୍ୟ ନିଜର ଅନନ୍ୟ ଶୈଳୀ ରେ ରଜତ କର ଲକ୍ଷ ଲକ୍ଷ ସ୍ରୋତା ଙ୍କୁ ବାନ୍ଧି ରଖି ପାରୁଥିଲେ l

ତେଣୁ ତାଙ୍କୁ ଜାତି ‘ସଂସ୍କୃତିସମ୍ରାଟ’ବୋଲି କହିଛି । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡାକ୍ତର ଉପେନ୍ଦ୍ର ପ୍ରସାଦ ନାୟକ ତାଙ୍କୁ ଓଡ଼ିଶା ର ସାହିତ୍ୟ ଓ ସଂସ୍କୃତି ପାଇଁ ଶ୍ରୀ କରଙ୍କ ନିଷ୍ଠାପର ସାଧନା ଓ ପ୍ରଚେଷ୍ଟା କୁ ସ୍ମରଣ କରି ତାଙ୍କୁ ଆମର ପରମ୍ପରା ଓ ସଂସ୍କୃତି ର ସଂରକ୍ଷକ ବୋଲି କହିଥିଲେ ।

ଓଡ଼ିଆ ସାହିତ୍ୟ ଓ ସଂଗୀତ ର ଇତିହାସ ର ସୁରକ୍ଷା ଓ ଏହାର ବିକାଶ ଲାଗି ଶ୍ରୀ କର ଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ସମସ୍ତଙ୍କ ଲାଗି ଏକ ପ୍ରେରଣା ବୋଲି ସେ କହିଥିଲେ. ଏହି ଉତ୍ସବ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ସହ ଶ୍ରୀ କରଙ୍କ ନିଜସ୍ୱ ଅନୁଭୂତି ପୁସ୍ତକ “ ଅନନ୍ୟ ଜଗନ୍ନାଥ ଅନୁଭୁତିରେ” ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇ ଥିଲା ।

ଶିକ୍ଷା, ସାହିତ୍ୟ, ସଂଗୀତ ଓ ସୃଜନ ରେ ପରିପୂର୍ଣ ସ୍ବର୍ଗତ ପଦ୍ମଶ୍ରୀ ରଜତ କରଙ୍କ ବହୁମୁଖୀ ପ୍ରତିଭା ବିଷୟ ରେ ସଭା ଉପସ୍ଥିତ ଅନେକ ବିଶିଷ୍ଟ ପାଲାଗାୟକ, ସମ୍ପାଦକ ଓ ସାହିତ୍ୟିକ ମାନେ ଆଲୋଚନା କରି ଥିଲେ ।

ଡାକ୍ତର ଅଂଶୁମାନ କର ସଭା ପରିଚାଳନା କରିଥିବା ବେଳେ ରଞ୍ଜୀତ କର ଅତିଥି ପରିଚୟ , ରାଜୀବ କର ଧନ୍ୟବାଦ ଅର୍ପଣ କରିଥିଲେ। ଶୋଭନ କର, ସାଗରିକ ପ୍ରହରାଜ,ପଣ୍ଡିତ ନଗେନ୍ଦ୍ର ମହାପାତ୍ର , ଦେବସ୍ମିତା ମହାପାତ୍ର, ଅମୁଲ୍ୟ କୁମାର ସ୍ୱାଇଁ , ପ୍ରଦୀପ କର, ଅଶୋକ କୁମାର ଦାଶ ଆଦି ସ୍ମୃତି ସଂସଦ ର ସଭ୍ୟ ମାନେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow