ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କଲେ  ଜଳ ସମ୍ପଦ ସଚିବ,  ଜଳର ସୁଷମ ବଣ୍ଟନ ନିମନ୍ତେ ପରାମର୍ଶ

Sep 2, 2023 - 18:14
 0  7
ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କଲେ  ଜଳ ସମ୍ପଦ ସଚିବ,  ଜଳର ସୁଷମ ବଣ୍ଟନ ନିମନ୍ତେ ପରାମର୍ଶ

ଭୁବନେଶ୍ୱର: ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁବାର ଏକ ବୈଠକରେ ରାଜ୍ୟର ବିଭିନ୍ନ ଜଳ ଭଣ୍ଡାରର ସଦ୍ୟତମ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜଳ ସମ୍ପଦ ବିଭାଗରେ ଅନୁଷ୍ଠିତ ଏହି  ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ, ଜଳସେଚନ, ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗର୍ଗ ମହାନଦୀ, ବୈତରଣୀ ସମେତ ବିଭିନ୍ନ ପ୍ରମୁଖ ନଦୀ ଓ  ଜଳଭଣ୍ଡାର ରେ ଜଳ ପରିମାଣ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ।

ବିଭିନ୍ନ ଜିଲ୍ଲାରେ ଅଦ୍ୟାବଧି ହୋଇଥିବା ବର୍ଷା  ପରିମାଣ, ନଦୀ, ଜଳଭଣ୍ଡାର ଏବଂ ଜଳସେଚନ ପ୍ରକଳ୍ପଗୁଡିକରେ ଜଳ ପରିମାଣର ସ୍ଥିତି ଅନୁଧ୍ୟାନ କରିବା ସହିତ ଜଳସେଚନ ନିମନ୍ତେ ଉଦ୍ଦିଷ୍ଟ ଉପଲବ୍ଧ ଜଳକୁ ଫସଲ ନିମନ୍ତେ ଆବଶ୍ୟକତା ଅନୁସାରେ ବିଭିନ୍ନ ଅଂଚଳକୁ  ପ୍ରସ୍ତୁତ ସମୟ ସୂଚୀ ଆଧାରରେ ଜଳ ପରିବର୍ତ୍ତନ (ରୋଟେସନାଲ ଇରିଗେସନ) ପଦ୍ଧତି ଅବଲମ୍ବନ  କରି ସମାନ  ତଥା ସୁଷମ ଭାବରେ ବଣ୍ଟନ  କରିବାକୁ ଗର୍ଗ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । 

What's Your Reaction?

like

dislike

love

funny

angry

sad

wow