ଚେନ୍ନାଇସ୍ଥିତ ପ୍ରବାସୀ ଓଡିଆ ସଂଘ ସହ ଓଡିଶା ପରିବାର ନିର୍ଦ୍ଦେଶାଳୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

Jul 18, 2023 - 17:01
 0  9
ଚେନ୍ନାଇସ୍ଥିତ ପ୍ରବାସୀ ଓଡିଆ ସଂଘ ସହ ଓଡିଶା ପରିବାର ନିର୍ଦ୍ଦେଶାଳୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ବର, ଜୁଲାଇ ୧୮:  ଚେନ୍ନାଇସ୍ଥିତ ମାଡ୍ରାସ ଓଡିଆ ସଂଘର କର୍ମକର୍ତ୍ତା ମାନଙ୍କ ସହ ଓଡିଶା ପରିବାର ନିର୍ଦ୍ଦେଶକ ଦିଲୀପ ରାଉତରାଏ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ପ୍ରବାସୀ ଓଡିଆ ମାନଙ୍କ ସ୍ବାର୍ଥରେ ଗଠନ କରାଯାଇଥିବା ଓଡିଶା ପରିବାର ନିର୍ଦ୍ଦେଶାଳୟ ଭୂମିକା ଆଭିମୁଖ୍ୟ ସଂପର୍କରେ ସେଠାରେ ଥିବା ପ୍ରବାସୀ ମାନଙ୍କ ସହ ରାଉତରାଏ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ମାଡ୍ରାସ ଓଡିଆ ସଂଘର କର୍ମକର୍ତ୍ତା ମାନେ ଭୂୟସୀ ପ୍ରଶଂସା କରିଛନ୍ତି

ଏଥିସହ ଓଡିଆ ଭାଷା, ସାହିତ୍ୟ ସଂସ୍କତି ବିଭାଗ ମାନ୍ୟବର ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏବଂ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଚେନ୍ନାଇସ୍ଥିତ ଜଗନ୍ନାଥ ମନ୍ଦିର ଗସ୍ତକରି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ସେଠାରେ ଥିବା ପ୍ରବାସୀ ଓଡିଆ ମାନେ ନିଜସ୍ବ ଉଦ୍ୟମରେ ସେଠାରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରିଛନ୍ତି   କଳା ଗ୍ରାନାଇଟ ପଥରରେ ନିର୍ମିତ ମନ୍ଦିର କାରୁକାର୍ଯ୍ୟ ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରୁଛି ଓଡିଶାର ପୂଜକ ମାନେ ସେଠାରେ ରହି ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଜିଉ ମାନଙ୍କ ପୂଜାର୍ଚ୍ଚନା କରୁଛନ୍ତି

ଚୋଳାମଣ୍ତଳ ଶିଳ୍ପୀ ଗ୍ରାମ ଆର୍ଟ ଗ୍ୟାଲେରୀ ଠାରେ ଓଡିଶା ପ୍ରସିଦ୍ଧ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନ କରିବା  ଅବସରରେ ମାନ୍ୟବର ମନ୍ତ୍ରୀ, ବିଭାଗୀୟ ନିର୍ଦ୍ଦେଶକ ଅଧିକାରୀ ପ୍ରମୁଖ ଚେନ୍ନାଇ ଗସ୍ତ କରିଥିଲେ

What's Your Reaction?

like

dislike

love

funny

angry

sad

wow