ପୋଖରୀପୁଟରୁ ଜବରଦଖଲ ମୁକ୍ତ ହେଲା ୫୦୦୦ ବର୍ଗଫୁଟ ଜମି

Aug 23, 2023 - 06:27
 0  18
ପୋଖରୀପୁଟରୁ ଜବରଦଖଲ ମୁକ୍ତ ହେଲା ୫୦୦୦ ବର୍ଗଫୁଟ ଜମି

ଭୁବନେଶ୍ୱର : ପୋଖରୀପୁଟ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିଛି ବିଡିଏ,  ଏଥିରେ ପ୍ରାୟ ୫ ହଜାର ବର୍ଗଫୁଟ ଜମିକୁ ଜବରଦଖଲମୁକ୍ତ କରାଯାଇଛି ।

ଏୟାରପୋର୍ଟ ଥାନା ଅନ୍ତର୍ଗତ ପୋଖରୀପୁଟସ୍ଥିତ ଅନନ୍ତ ବିହାର ଫେଜ-3ରେ ବିଡିଏ ହାଉସିଂ ପ୍ରୋଜେକ୍ଟ କରିଥିବା ବେଳେ ସେଠାରେ ଏକ ଖୋଲା ସ୍ଥାନ ଛାଡ଼ିଥିଲା ସେହି ଖୋଲା ଜାଗାକୁ ମାଡ଼ିବସି କିଛି ବ୍ଯକ୍ତି ନିଜ ଅକ୍ତିଆରରେ ରଖତ୍ଥିଲେ ସେଠାରେ ଘର କରି ସେମାନେ ମଧ୍ୟ ବସବାସ କରୁଥିଲେ । 

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଜବରଦଖଲ ହଟାଯାଇଛି ଏଥିରେ ୧୭ ବଖରା ଆଜବେଷ୍ଟସ୍ ଘର, ୭୦ ଫୁଟ ଲମ୍ବର ପାଚେରୀ, ଗୋଟିଏ ଲୁହା ଗେଟ୍ ଓ ଗୋଟିଏ ପଲିଥିନ ନିର୍ମିତ ଘର ଭଙ୍ଗାଯାଇଥିଲା ପ୍ରାୟ ୫୦୦୦ ବର୍ଗଫୁଟ ଜମିକୁ ନିଜ ଅକ୍ତିଆରକୁ ଆଣିଛି ବିଡିଏ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ  ଦୁଇ ସେକ୍ସନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା ଏହି ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଙ୍କ ସମେତ ବିଡ଼ିଏ  ଭୂମି ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow