ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରା ମଜଭୁତ ଭାରତର ଆଧାର, ଏହାର ପଟାନ୍ତର ନାହିଁ : ଓଟିଡିସି ଅଧ୍ୟକ୍ଷ

Aug 28, 2023 - 19:02
 0  8
ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରା ମଜଭୁତ ଭାରତର ଆଧାର, ଏହାର ପଟାନ୍ତର ନାହିଁ : ଓଟିଡିସି ଅଧ୍ୟକ୍ଷ
ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରା ମଜଭୁତ ଭାରତର ଆଧାର, ଏହାର ପଟାନ୍ତର ନାହିଁ : ଓଟିଡିସି ଅଧ୍ୟକ୍ଷ

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ନିସ୍ତାରିଣୀପୁର ମୌଜା ଅନ୍ତର୍ଗତ ଇଟିପୁର ପଞ୍ଚାୟତର ଜୟପୁର ପାଟଣା ଗ୍ରାମରେ ' ନିସ୍ତାରିଣୀପୁର ୱେଲ୍‌ଫେୟାର ସୋସାଇଟି " ଦ୍ବାରା ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରା ଆଧାରରେ ଏକ ଗେଟ୍-ଟୁ-ଗେଦର ଶ୍ରୀ ଶ୍ରୀ ପଶ୍ଚିମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ଏଥ‌ିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ସୋସାଇଟିର ସଭାପତି ପ୍ରଫୁଲ୍ଲ ବେହେରା ସ୍ବାଗତ ଭାଷଣ ଦେଇଥିଲେ।

ସଦସ୍ୟ ବିକ୍ରମ ମହାରଣା ସୋସାଇଟିର ଆଭିମୁଖ୍ୟ ସଂପର୍କରେ କହିଥିଲେ ଯେ, ସମଗ୍ର ନିସ୍ତାରିଣୀପୁର ମୌଜାର ସର୍ବବିଧ ଉନ୍ନତି ନିମନ୍ତେ ଉକ୍ତ ଅନୁଷ୍ଠାନ ସମର୍ପିତ ଓ ଏଥ୍ ନିମନ୍ତେ ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗକୁ ସେ ସ୍ବାଗତ କରିଥିଲେ । ଉତ୍ସବକୁ ନିମନ୍ତ୍ରିତ ବ୍ଲକ ଚେୟାରମ୍ୟାନ  ନିରୁପମା ସାହୁ ଏପରି ଆୟୋଜନ ଦ୍ବାରା ତଥା ପାରସ୍ପରିକ ସହଯୋଗରେ ଅଞ୍ଚଳର ଉନ୍ନତି ନିମନ୍ତେ ଜନମତ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ତ୍ବରାନ୍ବିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।

 ସ୍ମାର୍ଟ ସିଟି ଭୁବନେଶ୍ବରର ଅନତି ଦୂରରେ ଅବସ୍ଥିତ ଉକ୍ତ ଅଞ୍ଚଳରେ '୫-ଟି' ଉପକ୍ରମ ଆଧାରରେ କାର୍ଯ୍ୟ କରି ଅନୁମୋଦିତ ଯୋଜନାଗୁଡ଼ିକର ତ୍ୱରିତ୍‌ କାର୍ଯ୍ୟନ୍ଵୟନ ସମ୍ଭବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏଠାକାର ଲୋକଙ୍କ ଜୀବନରେଖା ରୂପେ ଅଭିହିତ ନଦୀବନ୍ଧ ରାସ୍ତା କାର୍ଯ୍ୟ ଅବିଳମ୍ବେ ଆରମ୍ଭ କରିବାକୁ ନିବେଦନ ସହ ଶଶାଙ୍କ ଶେଖର ରାଉତ ମୁଖ୍ୟ ଅତିଥିଙ୍କୁ ସମ୍ବୋଧୃ ସ୍ମାରକ ପତ୍ର ପାଠ କରିଥିଲେ।

 ଗ୍ରାମ୍ୟ ପରିବେଶର ଶାନ୍ତ ସ୍ନିଗ୍ଧ ବାତାବରଣ ଓ ପାରସ୍ପରିକ ସହଯୋଗ ତଥା ଭାଇଚାରାରେ ଅଭିଭୂତ ମୁଖ୍ୟ ଅତିଥ୍‌ ଡକ୍ଟର ମହାନ୍ତି ତାଙ୍କର ସଂକ୍ଷିପ୍ତ ତଥା ଅର୍ଥପୂର୍ଣ ବକ୍ତବ୍ୟରେ ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରାର ଭୂରି ଭୂରି ପ୍ରଶଂସା କରି ଏହାର ପଟାନ୍ତର ନାହିଁ ଏବଂ ଏହା ମଜଭୁତ ଭାରତର ଆଧାର ବୋଲି ମତବ୍ୟକ୍ତ କରିଥିଲେ।

ଅଞ୍ଚଳର ଉନ୍ନତି ନିମନ୍ତେ ସରକାରୀ ଯୋଜନା କାର୍ଯ୍ୟକାରିତାରେ ଥ‌ିବା ପ୍ରତିବନ୍ଧକ ଦୂର କରିବାକୁ ଉଚ୍ଚ ସ୍ତରରେ ଆଲୋଚନା ନିମନ୍ତେ ସେ ଅଞ୍ଚଳବାସୀଙ୍କୁ ଆଶ୍ୱାସନା ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥ୍ୟ କୃତି ପ୍ରତିଭାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟ ଉପଦେଷ୍ଟା ଶ୍ରୀ ବିଭୂତି ଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow