କଲରାପତରିଆ ବାଘ ଛାଲ ଜବତ, 11 ଗିରଫ

Jul 5, 2023 - 08:04
Jul 7, 2023 - 08:04
 0  8
କଲରାପତରିଆ ବାଘ ଛାଲ ଜବତ, 11 ଗିରଫ
କଲରାପତରିଆ ବାଘ ଛାଲ ଜବତ, 11 ଗିରଫ

କଲରାପତରିଆ ବାଘ ଛାଲ ଜବତ, 11 ଗିରଫ
କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରୁ ଧରା ପଡିଛନ୍ତି ୧୧ ଶିକାରୀ । କଲରାପତରିଆ ବାଘ ଶିକାର କରି ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ବନ ବିଭାଗର କର୍ମଚାରୀମାନେ ଚଢାଉ କରି ବାଘଛାଲ, ନଖ ଓ ମାଂସ ଜବତ କରିବା ସହ ୧୧ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ, 
ବାଦଗଡ଼ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ ଘଟଣା ବନବିଭାଗ ଜାଣିବା ପରେ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିଲା । ତେବେ ରାଇକିଆ ଓ ଗଞ୍ଜାମର କିଛି ଶିକାରୀ ଏହି କଲରାପତରିଆକୁ ଶିକାର କରିଥିଲେ । ଏ ସମ୍ପର୍କରେ ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ଉ କରି ୧୧ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ବାଦଗଡ଼ର ଭୀଷ୍ମ ବିଷୋୟୀ(୬୦), ପରୀ ବିଷୋୟୀ(୫୦), ସୁନୀଲ ବିଷୋୟୀ(୩୦), ଉତ୍ସବ ଦଳବେହେରା(୩୦), ପ୍ରଦୀପ ଦଳ ବେହେରା (୪୦), ବାବୁ ଭୂୟାଁ (୪୩), ଭଗବାନ ଦଳବେହେରା (୩୫), ସୋରଡ଼ାର ଗରିବ ନାୟକ(୩୫), ରଣବାର ସୀମାଞ୍ଚଳ ନାୟକ, ଚନ୍ଦ୍ରକେତୁ ନାୟକ(୩୫) ଓ କେ.କରଡ଼ାଗଣ୍ଡାର ଭିକା ନାୟକ(୫୦) । କେସ୍ ନମ୍ବର ୨୨ରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢ଼ଉରେ ଡିଏଫଓ ପ୍ରଶାନ୍ତ ପଟେଲ, ରେଞ୍ଜର୍‌ ବିରଞ୍ଚି ନାରାୟଣ ପଣ୍ଡା, ଏସିଏଫ୍ ମଳୟ ରଞ୍ଜନ କାଲୋ ଓ ବନବିଭାଗ କର୍ମଚାରୀ ସାମିଲ ଥିଲେ ।

What's Your Reaction?

like

dislike

love

funny

angry

sad

wow