ଫାଇନାଲରେ ମେଗ୍ନସ କାର୍ଲସନଙ୍କ ଠାରୁ ପରାଜିତ ହେଲେ ଭାରତୀୟ ଚେସ୍ ଖେଳାଳୀ ପ୍ରଜ୍ଞାନନ୍ଦ

Aug 24, 2023 - 18:28
 0  4
ଫାଇନାଲରେ ମେଗ୍ନସ କାର୍ଲସନଙ୍କ ଠାରୁ ପରାଜିତ ହେଲେ ଭାରତୀୟ ଚେସ୍ ଖେଳାଳୀ ପ୍ରଜ୍ଞାନନ୍ଦ

ଫାଇନାଲରେ ମେଗ୍ନସ କାର୍ଲସନଙ୍କ ଠାରୁ ପରାଜିତ ହେଲେ ଭାରତୀୟ ଚେସ୍ ଖେଳାଳୀ ପ୍ରଜ୍ଞାନନ୍ଦ
ଭାରତୀୟ ଶତରଞ୍ଜର ଗ୍ରାଣ୍ଡାମାଷ୍ଟର ରମେଶବାବୁ ପ୍ରଜ୍ଞାନନ୍ଦ ଫିଡେ ବିଶ୍ୱକପ ଶତରଞ୍ଜର ଚୁଡାନ୍ତ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ବି ପରାଜିତ ହୋଇଛନ୍ତି। ତାଙ୍କୁ ବିଶ୍ୱର ନମ୍ବର ୱାନ ଖେଳାଳୀ ମେଗ୍ନସ୍ କାର୍ଲସନ ପରାଜିତ କରିଛନ୍ତି । ଫାଇନାଲ କ୍ରମରେ ଦୁଇଦିନରେ ଦୁଇଟି ବାଜି ଖେଳାଯାଇଥିଲା। ଏହି ଦୁଇଟି ଯାକ ବାଜି ଡ୍ର ରହିଥିଲା। ଏହାପରେ ଟ୍ରାଇବ୍ରେକର ଆଧାରରେ ନିଷ୍ପତ୍ତି ନିଆଯାଇଥିଲା । କହିରଖୁ କି ୩ଦିନ ଧରି ଫାଇନାଲ ମୁକାବିଲାରେ ୪ଟି ବାଜି ଖେଳାଯାଇଥିଲା। ଏହାପରେ ବିଜେତା ଘୋଷଣା କରାଯାଇଥିଲା। ଭାରତୀୟ ଚେସ୍ ଖେଳାଳୀ ୧୮ ବର୍ଷିୟ ପ୍ରଜ୍ଞାନନ୍ଦ ପ୍ରାଥମିକ ପର୍ଯ୍ୟାୟରେ ୨ଟି ବାଜିରେ ୩୨ ବର୍ଷିୟ କାର୍ଲସନଙ୍କୁ କଡା ଟକ୍କର ଦେଇଥିଲେ । ସେପଟେ ଦୁଇଜଣଙ୍କ ମଧ୍ୟରେ ଟ୍ରାଇବ୍ରେକର ମ୍ୟାଚରେ ୪୭ଟି ପର୍ଯ୍ୟାୟ ପର୍ଯ୍ୟନ୍ତ ଖେଳ ହୋଇଥିଲା। ହେଲେ ପଜ୍ଞାନନ୍ଦ ପରାଜିତ ହୋଇଥିଲେ । ଏହିଭଳି କାର୍ଲସନ ପ୍ରଥମଥର ପାଇଁ ଏହି ବିଶ୍ୱକପରେ ବିଜୟୀ ହୋଇଛନ୍ତି । ଏହି କ୍ରମରେ ପୁରସ୍କାର ଜିତିଥିବାରୁ ତାଙ୍କୁ ପୁରସ୍କାର ରାଶି ବାବଦରେ ୧୦ ହଜାର ଆମେରିକୀୟ ଡଲାର ମିଳିବ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.