ସେପ୍ଟେମ୍ବର ୯ ରେ କେନ୍ଦ୍ରାପଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ

Aug 24, 2023 - 18:27
 0  7
ସେପ୍ଟେମ୍ବର ୯ ରେ କେନ୍ଦ୍ରାପଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର, ଅଗଷ୍ଟ ୨୪: କେନ୍ଦ୍ରାପଡ଼ା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହେବ । ଏହି ଅବସରରେ ଜିଲ୍ଲାରେ ବିଚାରଧୀନ ଥିବା ଅନେକ ମାମଲାର ଶୁଣାଣି କରାଯିବ I

ଦେୱାନୀ ଫୌଜଦାରୀ ମାମଲା ସମେତ ଅପରାଧିକ ମାମଲା, ପାରିବାରିକ ଓ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଖାଉଟି ମାମଲା, ରାଜସ୍ୱ ଓ ଶ୍ରମ ସମ୍ବନ୍ଧୀୟ ମାମଲା, ପୈଠ ହୋଇ ନଥିବା ବିଦୁ୍ୟତ୍‌ ଓ ଜଳ ବିଲ୍‌ ମାମଲା ଇତ୍ୟାଦିର ସମାଧାନ କରାଯିବ।

ଜିଲ୍ଲା ସିଭିଲ୍‌କୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଜନସାଧାରଣ ଉପସ୍ଥିତ ରହିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow