ଜାତୀୟ ପୁରସ୍କାର ଜିତିଲା ଓଡିଆ  ଚଳଚିତ୍ର ‘ପ୍ରତୀକ୍ଷା’

Odia movie 'Pratiksha' wins National Award

Aug 24, 2023 - 18:40
Aug 24, 2023 - 22:42
 0  6
ଜାତୀୟ ପୁରସ୍କାର ଜିତିଲା ଓଡିଆ  ଚଳଚିତ୍ର ‘ପ୍ରତୀକ୍ଷା’

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଯାହା ପୁରା ଓଡ଼ିଶା ପାଇଁ ଗୌରବର ବିଷୟ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଛି। ତାଙ୍କର ଏହା ପ୍ରଥମ ଫିଲ୍ମ। ପୁରସ୍କାର ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁପମ ପଟ୍ଟନାୟକ। ସେ କହିଛନ୍ତି, ଇତିହାସର ପୁନରାବୃତ୍ତି ହୋଇଛି। ବାପାଙ୍କ ପ୍ରଥମ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିଥିଲା ମୋର ପ୍ରଥମ ଚଳଚ୍ଚିତ୍ରକୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି ।
ସୂଚନା ମୁତାବକ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' ଗୋଆ ଠାରେ ଆୟୋଜିତ ହେବାକୁ ଥିବା ୫୩ତମ ଇଣ୍ଡିଆ ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଫିଚର ଫିଲ୍ମ ଶ୍ରେଣୀରେ ପ୍ରଦର୍ଶନ ଲାଗି ମନୋନୀତ ହୋଇଥିଲା। ଚଳଚ୍ଚିତ୍ରର ନିର୍ମାତା, ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ଏ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ୫୩ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଫିଚର ଫିଲ୍ମ ଶ୍ରେଣୀରେ ଏକମାତ୍ର ଓଡ଼ିଆ ଚଳଚିତ୍ର 'ପ୍ରତୀକ୍ଷା' ସ୍କ୍ରିନିଂ ଲାଗି ମନୋନୀତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ ଘୋଷଣା ଅନୁଯାୟୀ ଗୋଆରେ ହୋଇଥିବା ଚଳଚିତ୍ର ମହୋତ୍ସବରେ ଅଚଳଚିତ୍ର ‘ପ୍ରତୀକ୍ଷା’ ପ୍ରଦର୍ଶନ ହୋଇଥିଲା। ଇଣ୍ଡିଆନ ପାନୋରମା ୨୦୨୨ରେ ସ୍କ୍ରିନିଂ ଲାଗି ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାର ସମୁଦାୟ ୨୫ଟି ଫିଚର ଫିଲ୍ମ ଏବଂ ୨୦ଟି ଅଣଫିଚର ଫିଲ୍ମକୁ ସ୍ଥାନ ମିଳିଛି। ବିଭିନ୍ନ ଭାଷାରେ ନିର୍ମିତ ୩୫୬ଟି ଚଳଚିତ୍ର ମଧ୍ୟରୁ ସ୍କ୍ରିନିଂ ଲାଗି ମାତ୍ର ୨୫ଟି ଫିଚର ଫିଲ୍ମ ମନୋନୀତ ହୋଇଥିଲା।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.