ବିଶ୍ବକପ୍‌ରୁ ବାଦ୍‌ ପଡ଼ିବେ ସାମସନ୍‌

Samson will be eliminated from the World Cup

Sep 4, 2023 - 16:51
 0  3
ବିଶ୍ବକପ୍‌ରୁ ବାଦ୍‌ ପଡ଼ିବେ ସାମସନ୍‌

ଚଳିତ ବର୍ଷର ଦିନିକିଆ ବିଶ୍ବକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଏକ ପ୍ରକାର ଚୂଡ଼ାନ୍ତ ହୋଇଯାଇଛି। ଆହତ ସମସ୍ୟାରୁ ବାହାରିସାରିଥିବା କେଏଲ୍ ରାହୁଲଙ୍କୁ ଏନ୍‌ସିଏ୍ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଥିବାରୁ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ରାହୁଲ ଏହି ୧୫ ଜଣିଆ ଦଳରେ ସାମିଲ ହେବା ନିଶ୍ଚିତ ଥିବାରୁ ସଂଜୁ ସାମସନ୍‌ ବଞ୍ଚିତ ରହିବା ସମ୍ଭାବନା ରହିଛି। ଶନିବାର ରାତିର ଭାରତ-ପାକିସ୍ତାନ ମ୍ୟାଚ୍‌ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଆଲୋଚନା ପରେ ୧୫ ଜଣିଆ ଦଳ ଚୂଡ଼ାନ୍ତ ହୋଇଛି। କିନ୍ତୁ ମଙ୍ଗଳବାର ବିସିସିଆଇ ଆନୁଷ୍ଠାନିକ ଭାବେ ଦଳ ଘୋଷଣା କରିବ।

କେଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଦଳର ୱିକେଟରକ୍ଷକ ଦାୟିତ୍ବ ସମ୍ଭାଳି‌ବେ। ଈଶାନ କିଶନ ଦ୍ବିତୀୟ ୱିକେଟରକ୍ଷକ ହେବେ। ପାକିସ୍ତାନ ବିପକ୍ଷ ଚମତ୍କାର ୮୧ ରନ୍‌ ପାଳି ପରେ କିଶନ ମଧ୍ୟ ତାଙ୍କ ବିଶ୍ବକପ୍‌ ଚୟନକୁ ନିଶ୍ଚିତ କରି ଦେଇଥିଲେ। ଦିନିକିଆରେ ସଂଘର୍ଷ କରି ଆସୁଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବ ଦଳରେ ରହିବେ। ମଧ୍ୟକ୍ରମ ପାଇଁ ସେ ସଂରକ୍ଷିତ ବ୍ୟାଟର୍ ଭାବେ ରହିବେ। ତିଳକ ବର୍ମା, ପ୍ରସିଦ୍ଧ କୃଷ୍ଣ ମଧ୍ୟ ବିଶ୍ବକପ୍ ବସ୍‌ ମିସ୍ କରିବେ। ଆର୍‌ ଅଶ୍ବିନ୍ ଏବଂ ୟୁଝବେନ୍ଦ୍ର ଚହଲ୍‌ ମଧ୍ୟ କ୍ରମାଗତ ବିଶ୍ବକପ୍‌ ଖେଳିବାରୁ ବଞ୍ଚିତ ହେ‌ବେ। ତୃତୀୟ ସ୍ପିନର କଥା ଚୟନକର୍ତ୍ତା ଗଭୀରତାର ସହ ଚିନ୍ତା କରୁଥିବାରୁ ଅକ୍ଷର ପଟେଲଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଡକରା ମିଳିପାରେ। କାରଣ ସେ ବ୍ୟାଟିଂ ଦକ୍ଷତା ରଖିଛନ୍ତି।

ଭାରତୀୟ ଦିନିକିଆ ବିଶ୍ବକପ୍‌ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର୍‌, କେଏଲ୍ ରାହୁଲ (ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ଅକ୍ଷର ପଟେଲ୍‌, ଈଶାନ କିଶନ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.