ପରିବାରବାଦକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ କଟାକ୍ଷ କଲା ବିଜେଡି

BJD slams Union Minister over nepotism

Sep 4, 2023 - 16:10
 0  6
ପରିବାରବାଦକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ କଟାକ୍ଷ କଲା ବିଜେଡି

ଭୁବନେଶ୍ୱର : ପରିବାରବାଦକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ କଟାକ୍ଷ କଲା ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଉପରେ ଜବାବ ରଖିଛନ୍ତି ବିଜେଡି ନେତା ପ୍ରୀତି ରଞ୍ଜନ ଘଡାଇ। ପରିବାରବାଦ ଉପରେ ଧର୍ମେନ୍ଦ୍ର କହିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ସେ ବି ପାରିବାରିକ ରାଜନୀତିରୁ ଆସିଛନ୍ତି। ରାଜନୈତିକ ପରିବାରର ସୁବିଧାକୁ ଉପଭୋଗ କରିଛନ୍ତି। ତେଣୁ ସେ ପରିବାରବାଦ ଉପରେ କହିବା ହାସ୍ୟାସ୍ପଦ। ଏପରିକି ଓଡିଶାବାସୀ ଭୋଟ ନଦେବାରୁ ଧର୍ମେନ୍ଦ୍ର ଗଳାବାଟ ଦେଇ ରାଜ୍ୟସଭା ଯାଇଛନ୍ତି। ମୁଁ ଏକ ରାଜନୈତିକ ପରିବାରରୁ ଆସିଛି, ହେଲେ ବ୍ୟକ୍ତିଗତ ସ୍ତରରେ କଠିନ ପରିଶ୍ରମ ପାଇଁ, ଜନତା ମୋତେ ଲଗାତାର ତିନି ଥର ବିଧାୟକ ଭାବେ ନିର୍ବାଚିତ  କରିଛନ୍ତି। ଦୁଇଟି ନିର୍ବାଚନ ହାରିବା ପରେ ଧର୍ମେନ୍ଦ୍ର ଗଳାବାଟ ଜରିଆରେ ବିହାର ଏବଂ ମଧ୍ୟପ୍ରଦେଶ ଭଳି ଅନ୍ୟରାଜ୍ୟରୁ ରାଜ୍ୟସଭାକୁ ଯାଇଛନ୍ତି। କ୍ଲିନ ଏନର୍ଜି ସେସ୍ ବାବଦକୁ ପ୍ରାୟ 60 ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି। ହେଲେ ଓଡିଶାକୁ ଗୋଟିଏ ପଇସା ମିଳିନି। କେନ୍ଦ୍ରମନ୍ତ୍ରୀ ଯେତେବେଳେ ସୁକିନ୍ଦାରେ ପ୍ରଦୂଷଣ ବାବଦରେ ଉଲ୍ଲେଖ କରୁଛନ୍ତି, ସେତେବେଳେ ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଯାଜପୁର ଜିଲ୍ଲାର ଜନତାଙ୍କୁ ଏହାର ଉତ୍ତର ଦେବାକୁ ପଡିବ। ଏମସିଏଲ, ନାଲକୋ ଏବଂ ଆଇଓସିଏଲ ଭଳି କେନ୍ଦ୍ରୀୟ ସଂସ୍ଥାରେ ବିହାର ଏବଂ ମଧ୍ୟପ୍ରଦେଶରୁ ଆସି ଲୋକ ଚାକିରୀ ପାଉଛନ୍ତି । ହେଲେ ଓଡିଆ ଲୋକ ଏଥିରୁ  କାହିଁକି ବଞ୍ଚିତ ହେଉଛନ୍ତି ବୋଲି ଗ୍ରାମ୍ୟ ଉନ୍ନୟନ ତଥା ଦକ୍ଷତା ବିକାଶ ଓ ବୌଷୟିକ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ପ୍ରଶ୍ନ କରିଛନ୍ତି । 
ସୂଚନାମୁତାବକ ଯାଜପୁର ସୁକିନ୍ଦା ଗସ୍ତ ବେଳେ ଗତକାଲି ପରିବାରବାଦ ରାଜନୀତିର କଥା ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବଡ଼ ଘଡ଼େଇ ଓ ସାନ ଘଡ଼େଇ ପ୍ରସଙ୍ଗ ଉଠାଇ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର। ପରିବାରବାଦ କ୍ୱିଟ ଇଣ୍ଡିଆ ସ୍ଲୋଗାନ ଦେଇ ସମାଲୋଚନା ମଧ୍ୟ କରିଥିଲେ। ଯାଜପୁର ସୁକିନ୍ଦାରେ ସୁରକ୍ଷା ବନ୍ଧନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସଫଳତା ଓ ମହିଳାଙ୍କ ପ୍ରଗତି ପାଇଁ ମୋଦୀ ସରକାର ନେଉଥିବା ପଦକ୍ଷେପ ବିଷୟରେ କହିଥିଲେ। ଏହି ସମୟରେ ଓଡ଼ିଶା ରାଜନୀତିରେ ପରିବାରବାଦର କଥା ଉଠାଇ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ, ବଡ଼ ଘଡ଼େଇ ଓ ସାନ ଘଡ଼େଇ ଚାରିଆଡ଼େ ଘଡ଼େଇ ଘଡ଼େଇ କହି ସ୍ଥାନୀୟ ବିଧାୟକଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.