କଂଗ୍ରେସ ହାତ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

Prabhod Tirki, the former captain of the Indian hockey team, joined the Congress

Sep 4, 2023 - 11:57
 0  2
କଂଗ୍ରେସ ହାତ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଅନୁପ୍ରାଣିତ ହୋଇ କଂଗ୍ରେସ ହାତ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। ଆଜି ଆନୁଷ୍ଠାନିକ ଭାବେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସ ହାତ ଧରିଛନ୍ତି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଅନୁପ୍ରାଣିତ କରିଥିବା କହିଛନ୍ତି ପ୍ରବୋଧ । କଂଗ୍ରେସରେ ସାମିଲ ହେବା ନେଇ ସେ ପୂର୍ବରୁ ମଧ୍ୟ ସୂଚନା ଦେଇଥିଲେ । ଏହା ସହ ଆସନ୍ତା ନିର୍ବାଚନରେ ପ୍ରବୋଧ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଇଚ୍ଛା ରଖିଛନ୍ତି । କଂଗ୍ରେସର ଗଡ଼ କୁହାଯାଉଥିବା ତଳସରାରୁ ପ୍ରାର୍ଥୀ ହେବାକୁ ତାଙ୍କର ଇଛା । 1995 ରୁ 2014 ପର୍ଯ୍ୟନ୍ତ ଲଗାତାର ଏହି ଆସନ କଂଗ୍ରେସ ହାତରେ ରହିଥିଲା । 1974, 1980 ଓ 1985 ରେ ବି ଏଠାରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ 2019 ନିର୍ବାଚନରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ମାଝୀ ହାରି ଯାଇଥିଲେ । ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ଏହି ଆସନରୁ ବିଜୟୀ ହୋଇଥିଲେ । ବାଲେଶ୍ୱର ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍ ରୁ ଲାଗିଲା ନିଆଁ ପ୍ରବୋଧ କହିଛନ୍ତି, ତଳସରା ଅଞ୍ଚଳର ସମସ୍ୟା ସଂପର୍କରେ ମୁଁ ଭଲ ଭାବେ ଅବଗତ । ଏହି ଅଞ୍ଚଳର ପିଲାମାନେ ପାଠପଢ଼ା ଛାଡ଼ି କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ଏମିତି ଅନେକ ସମସ୍ୟା ରହିଛି । ଏହି ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା କରିବା ପାଇଁ ମୁଁ ଲକ୍ଷ୍ୟ ରଖିଛି । ସେଥିପାଇଁ ଚାକିରି ଛାଡ଼ି ଚାଲିଆସିଛି । 1984 ମସିହା ଅକ୍ଟୋବର 6 ରେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଲୁଲକିଡ଼ିହି ଗାଁରେ ଜନ୍ମିତ ପ୍ରବୋଧ ଦେଶ ପାଇଁ ଅନେକ ନାଁ କରିଛନ୍ତି । ଭାରତୀୟ ହକି ଦଳର ଅଧିନାୟକ ମଧ୍ୟ ଥିଲେ । ତା' ପୂର୍ବରୁ ସେ ଜାତୀୟ ସବ୍‌-ଜୁନିୟର, ଜୁନିୟର ଓ 'ଏ' ଟିମ୍‌ର ମଧ୍ୟ ଅଧିନାୟକ ହୋଇଥିଲେ । 2007 ରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପ୍‌ରେ ପ୍ରବୋଧଙ୍କ ଅଧିନାୟକତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.