ବିଜେପିର ୨୦୨୪ ନିର୍ବାଚନ ରଣନୀତି

BJP's 2024 election strategy

Aug 21, 2023 - 18:32
 0  5
ବିଜେପିର ୨୦୨୪  ନିର୍ବାଚନ ରଣନୀତି

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରଣନୀତି ସହ ଆଗଉଛି ବିଜେପି । ଅପରପକ୍ଷରେ ଗତ ଦୁଇ ଥର ନିର୍ବାଚନରେ ବିଜୟ ହାସଲ କରି ସରକାରରେ ଥିବା ବିଜେପି ଏହାର ତୃତୀୟ ପାଳି ଜାରି ରଖିବାକୁ ଅଣ୍ଟା ଭିଡ଼ିଛି । ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୩୦୩ ଟି ଆସନ ଜିତିଥିଲା । ଏଥର ଦଳ କ୍ରମାଗତ ତୃତୀୟ ଥର କ୍ଷମତାକୁ ଆସିବା ପାଇଁ ଧ୍ୟାନ ଦେଉଛି ।  ସଙ୍ଗଠନକୁ ମଜବୁତ କରି ଅଧିକ ଆସନ ହତେଇବାକୁ କାମ ଆରମ୍ଭ କରିଦେଇଛି ।
ମତଦାତା ସଚେତନ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଭୋଟରଙ୍କୁ ଦଳସହ ଯୋଡିବାର ବ୍ଲୁ-ପ୍ରିଂଟ କରୁଛି ବିଜେପି । ବିଶେଷକରି ଯୁବ ଏବଂ ନୂଆ ଭୋଟର କିଭଳି ବିଜେପି ସପକ୍ଷରେ ଭୋଟ ଦେବେ ସେଥିପାଇଁ ଖସଡା ପ୍ରସ୍ତୁତ କରିଛି ଦଳ । ଯୋଜନା ଅନୁସାରେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ଜଣିଆ ଟୋଲି ରହିବେ । ଏହି ଟୋଲିାରେ ଜଣେ ଆଇନଜୀବୀ କାର୍ଯ୍ୟକର୍ତ୍ତା,ଜଣେ ନିର୍ବାଚିତ ବିଧାୟକ, ବ୍ଲକ ଚେୟାରମ୍ୟାନ ଅବା ଜିଲ୍ଲା ପରିଷଦ ସଦସ୍ୟ ରହିବେ, ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତା ଅବା ବିଧାନସଭା ପାଇଁ ରାଜ୍ୟରୁ ମନୋନୀତ ବିଏଲଏ-୧, ସାମାଜିକ ଗଣମାଧ୍ୟମ ଲାଗି ଜଣେ କର୍ମକର୍ତ୍ତା ଏବଂ ଜଣେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ରହିବେ। ସେହିପରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୟୁଥ କନେକ୍ଟ କାର୍ଯ୍ୟକ୍ରମ ଏବଂ ମିଲେନିୟମ ଭୋଟର କାର୍ଯ୍ୟକ୍ରମ କରାଯାଉଛି । ୨୦୦୦ ମସିହା ପରଠାରୁ ଜନ୍ମ ନେଇଥିବା ଫାଷ୍ଟ ଟାଇମ୍ ଭୋଟର, ଯେଉଁମାନେ କଲେଜ, ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ସେମାନଙ୍କୁ ମିଲେନିୟମ ଭୋଟର ଭାବେ ଟାର୍ଗେଟ କରିବ ଦଳ । ତେବେ ପ୍ରତ୍ୟେକ ବୁଥ ପାଇଁ ସର୍ବିନିମ୍ନ ୫୦ ଭୋଟର ହିସାବରେ ବିଧାନସଭାରେ ଅନ୍ତତଃ ୧୦ହଜାର ନୂଆ ଭୋଟରଙ୍କ ନାଁ ପଞ୍ଜିକରଣ କରିବାକୁ ଲକ୍ଷ୍ୟ ରଖିଛି ଦଳ । ରାଜ୍ୟ ଓ ଜାତୀୟ ରାଜନୀତିକୁ ଯୁବ ଓ ନୂଆ ଭୋଟର ବେଶ ପ୍ରଭାବିତ କରୁଥିବାରୁ ତାଙ୍କୁ ଫୋକସ କରିଛି ଭାରତୀୟ ଜନତା ପାର୍ଟି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.