ଜଜାଙ୍ଗ ଲୁହାପଥର ଖଣି ଫେରାଇବ ଜେଏସ୍‌ଡବ୍ଲୁ ଷ୍ଟିଲ୍‌

Sep 4, 2023 - 11:43
 0  3
ଜଜାଙ୍ଗ ଲୁହାପଥର ଖଣି ଫେରାଇବ ଜେଏସ୍‌ଡବ୍ଲୁ ଷ୍ଟିଲ୍‌

ଭୁବନେଶ୍ୱର: ସଜ୍ଜନ ଜିନ୍ଦଲଙ୍କ ନେତୃତ୍ବରେ ପରିଚାଳିତ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଥିବା ଜଜାଙ୍ଗ ଲୁହାପଥର ଖଣି ଫେରାଇବ। ଏହି ଖଣିରେ ୫୫ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ରହିଛି। ଖଣି ଫେରାଇବା ସଂକ୍ରାନ୍ତରେ କଂପାନି ସରକାରଙ୍କୁ ଚିଠି ଲେଖି ଅବଗତ କରିଛି। ଅର୍ଥନୈତିକ କାରଣ ଦର୍ଶାଇ କଂପାନି ଖଣି ଫେରାଇବା ଲାଗି ପ୍ରସ୍ତାବ ଦେଇଛି। ଓଡ଼ିଶ‌ାରେ ଏକ ବୃହତ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ଜେଏସ୍‌ଡବ୍ଲୁ ଷ୍ଟିଲ୍ ଉଦ୍ୟମ କରୁଛି। ସେଥିପାଇଁ କଞ୍ଚାମାଲ ସୁରକ୍ଷା ଦୃଷ୍ଟିରୁ ଏହା ଲୁହାପଥର ଖଣିକୁ ନିଲାମ ଜରିଆରେ ଆଣିଥିଲା।

ଓଡ଼ିଶାରେ ଜେଏସ୍‌ଡବ୍ଲୁ ଚାରିଟି ଖଣି ପାଇଥିବା ବେଳେ ସେଥିରୁ ଜଜାଙ୍ଗ ଖଣିକୁ ଫେରାଇବାକୁ ଚାହୁଛି। ଏହା ହେଉଛି ରାଜ୍ୟର ଅନ୍ୟତମ ବଡ଼ ଲୁହାପଥର ଖଣି। ୨୦୨୦ରେ ଆଦାନି, ଜେଏସ୍‌ପିଏଲ୍‌, ରୁଙ୍ଗଟା ମାଇନ୍ସ, ସିରାଜୁଦିନ୍‌ ଆଣ୍ଡ୍‌ କୋ, ଲାଲ୍‌ ଟ୍ରେଡର୍ସ ଓ ଇଷ୍ଟର୍ଣ୍ଣ ମାଇନିଂ ଭଳି ସଂସ୍ଥାଙ୍କୁ ପଛରେ ପକାଇ ଜେଏସ୍‌ଡବ୍ଲୁ ଏହି ଖଣିକୁ ହାସଲ କରିଥିଲା। ଖଣି ପାଇଁ କଂପାନି ୧୧୦ ପ୍ରତିଶତ ପ୍ରିମିୟମ୍ ଦେବାର ପ୍ରତିବଦ୍ଧତା ଜଣାଇଥିଲା। ଜଜାଙ୍ଗରୁ ପାରାଦୀପର ଜଟାଧାର ପର୍ଯ୍ୟନ୍ତ ୩୦୦ କିମିର ସ୍ଲରି ପାଇପ୍‌ଲାଇନ୍ ଜରିଆରେ କଂପାନି ଲୁହାପଥର ପଠାଇବା ଯୋଜନା ରଖିଥିଲା।ଦୁଇ ବର୍ଷ ପୂର୍ବେ ଏହି ଖଣି ଫେରାଇବା ଲାଗି ଜେଏସ୍‌ଡବ୍ଲୁ ଚାହୁଥିଲା। ସେଥିପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲା। ମାତ୍ର ପରବର୍ତ୍ତୀ ନିଲାମଗୁଡ଼ିକରେ ପ୍ରିମିୟମ୍ ପରିମାଣ ବୃଦ୍ଧି ପାଇବା ପରେ କଂପାନି ଏହାର ମନ ବଦଳାଇ ଦେଇଥିଲା। ୨୦୨୦ରେ ‌ହୋଇଥିବା ଖଣି ନିଲାମରେ ଜେଏସ୍‌ଡବ୍ଲୁ ଚାରିଟି ଖଣି ହାସଲ କରିଛି। ଜଜାଙ୍ଗ ଖଣି ଫେରାଇବା ଲାଗି ସେପ୍ଟେମ୍ବର ୧ରେ ନୋଟିସ୍‌ ଜାରି କରିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.