ଗୋଟିଏ ୱାର୍ଡର ପରିମଳସ୍ଥିତି ଓ ପ୍ରଗତି ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ : ସୃଷ୍ଟିହୋଇପାରିବ ପ୍ରତିଯୋଗୀ ମନୋଭାବ

Sep 2, 2023 - 12:31
 0  6
ଗୋଟିଏ ୱାର୍ଡର ପରିମଳସ୍ଥିତି ଓ ପ୍ରଗତି ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ : ସୃଷ୍ଟିହୋଇପାରିବ ପ୍ରତିଯୋଗୀ ମନୋଭାବ
Image : BMC Office

ଭୁବନେଶ୍ୱର: ସ୍ୱାୟତଶାସନ ଦିବସ ଉପଲକ୍ଷେ ସହରର ପରିମଳକୁ ଅଧିକ ଉନ୍ନିତ କରିବାରେ ଲୋକାର୍ପିତ ହୋଇଥିବା ଫଗିଙ୍ଗମେସିନ, ସ୍ପେୟର ଇତ୍ୟାଦିର ଉଦାହରଣ ଦେଇ କମିଶନର ବିଜୟ ଅମୃତା କୁଲାଙ୍ଗେ ପରିମଳ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରିମଳ ଟିମ୍‌କୁ ନେଇ ହୋଇଥିବା ଏହି ଆଲୋଚନାରେ ସ୍ୱତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟକରାଯାଇଛି।

ପ୍ରତିୱାର୍ଡରେ ବୁଶ୍‌କଟିଂ ଏବଂ ଗ୍ରାସ୍‌କଟିଂଙ୍କୁ ସ୍ୱତନ୍ତ୍ର ଭାବେ ମାସକୁ ଦୁଇଥର କରିବାକୁ ନିର୍ଦେଶ ଦିଆଯାଇଛି । ସମସ୍ତ ସାନିଟାରୀ ଇନ୍ସପେକ୍ଟର  ନିଜ ୱାର୍ଡରେ ଥିବା ଲଟାବୁଦା ଓ ଘାସ ନିୟମିତଭାବେ କଟାହେଲାକି ନାହିଁ ତାହାର ଜିଓଟ୍ୟାଗ୍ ଫଟୋ ପଠାଇବେ। ଏପରିକି ଏସ୍‌ଆଇ ମାନେ ନିଜ ୱାର୍ଡରେ ଚିହ୍ନଟ କରିଥିବା ଏହିଭଳି ସ୍ଥାନଗୁଡିକୁସଫା ଭୁବନେଶ୍ୱର ଆପ୍‌ମାଧ୍ୟମରେ ଅପଲୋଡ କରିବେ ଏବଂ କଟାହେବା ପରେ ତାହାର ଫଟୋ ମଧ୍ୟ ଦେବା ପାଇଁକୁହାଯାଇଛି । ସଂପୃକ୍ତ ପରିମଳଏଜେନ୍ସିମାନେ ଏସ୍‌ଆଇଙ୍କ କହିବାମୁତାବକସମୟସୀମା ମଧ୍ୟରେମାସକୁ ଦୁଇଥର ବୁଶ୍‌କଟିଂ କରିବାକୁକୁହାଯାଇଛି । ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ଆବାସିକ ଅଂଚଳରେ ବୁଶ୍‌କଟିଂ କରାଗଲେ, ମଶା ରହଣିସ୍ଥଳ ହ୍ରାସ ପାଇବ ବୋଲି କହିଛନ୍ତିକମିଶନର । 
       
ନିଜୱାର୍ଡରେ ଥିବା ଗାରର୍ବେଜ ଭର୍ଣ୍ଣରେବ୍ଲ୍ୟୁ ପଏଂଟ ବା ଜିଭିପି ଗୁଡିକୁ ଶୂନ୍ୟକରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଏସ୍‌ଆଇ ଏବଂ ୱାର୍ଡ ଅଫିସର ଏହି ଟାର୍ଗେଟକୁ ହାସଲକରିବାକୁ କୁହାଯାଇଛି । ବିଶେଷକରି ସେପ୍ଟେମ୍ବର ମାସ ମଧ୍ୟରେ ରହୁଥିବା ସବୁଜବର୍ଜ୍ୟର ଉଠାଣ ଓ ପରିବହନ,ସଫା ଭୁବନେଶ୍ୱର ଆପ୍‌ମାଧ୍ୟମରେ ଆବେଦନ କରି ବର୍ଜ୍ୟ ସ୍ଥାନାନ୍ତର କରିବାକୁ କୁହାଯାଇଛି । ତେବେ କୌଣସି ବ୍ୟବସାୟୀକ ଅନୁଷ୍ଠାନ ବା ଠିକାଦାର ଇତ୍ୟାଦିଙ୍କ ବର୍ଜ୍ୟକୁସ୍ୱତନ୍ତ୍ର ଭାବେ ନିୟମ ଅନୁଯାୟୀଉଠାଇବାକୁକୁହାଯାଇଛି। 

ସୂଚନାଯୋଗ୍ୟକି,ଗୋଟିଏ ୱାର୍ଡର ପରିମଳ ପ୍ରଗତି ଓ ସ୍ଥିତିକିପରି ରହିଛି ତାହା ଅନ୍ୟ ୱାର୍ଡରକର୍ମୀମାନେ ଆସି ଦେଖି ମତାମତ ଦେବେ । ଏହା ଦ୍ୱାରା ଆଭ୍ୟନ୍ତରୀଣ ସମୀକ୍ଷାହେବା ଦ୍ୱାରା ନିରପକ୍ଷ ବିବରଣୀ  ଆସିପାରିବ ଏବଂ ସ୍ୱଚ୍ଛକର୍ମୀଙ୍କ ମଧ୍ୟରେ ପରିମଳ ପ୍ରତିଯୋଗୀମନୋଭାବ ସୃଷ୍ଟିହୋଇପାରିବ । 

ଡେଙ୍ଗୁ ପ୍ରତିରୋଧ ବାବଦରେ ଆଲୋଚନା କରି କମିଶନରକହିଲେ ଯେ, ଲାର୍ଭାଉତ୍ପତିସ୍ଥଳ ନଷ୍ଟ କାର୍ଯ୍ୟକୁ ଆକ୍ରମଣାତ୍ମକଢଙ୍ଗରେକରିବାକୁ ପଡିବ । ଡାକ୍ତରମାନଙ୍କର ଅଂଶଗ୍ରହଣରେ ସଚେତନତା କାର୍ଯ୍ୟ ସମ୍ବେଦନଶୀଳ ଅଂଚଳରେ କରି ଗୋଷ୍ଠୀରଗ୍ରହଣୀୟତା, ଏବଂ ସଚେତନତାକୁ ବୃଦ୍ଧି ଚାଲୁରଖିବାକୁ ପଡିବ, ଯାହାଡେଙ୍ଗୁ ପ୍ରତିରୋଧରେସହାୟକହେବ । 

ସମସ୍ତୱାର୍ଡରେ ଫଗିଙ୍ଗ ଏବଂ ମଶାତେଳ ପକାଇବା କାର୍ଯ୍ୟ ଚାଲୁରହିବ ଯାହାୱାର୍ଡରସମସ୍ତ ନାଗରିକଙ୍କ ଦୃଷ୍ଟି ଆକର୍ଷଣକରିପାରିବ। ଇତି ମଧ୍ୟରେ ୧୫ ହଜାରରୁ ଉର୍ଦ୍ଧ୍ୱ ମଶାଉତ୍ପତିସ୍ଥଳ ନଷ୍ଟ କରାଯାଇଥିବାବେଳେ ସହରାଂଚଳରେ ଥିବା ୪ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁଚିକିତ୍ସା ପାଇଁ ୧୦ଟି ଲେଖାଏଁ ବେଡ୍ ପ୍ରସ୍ତୁତରହିଥିବାକୁହାଯାଇଛି। ପ୍ରତ୍ୟେକୱାର୍ଡରୁ ଦୈନିକ ଫଗିଙ୍ଗ, ମଶାତେଲସିଚନ, ଘର ସଂପର୍କ ଇତ୍ୟାଦିର ବିବରଣୀ ଉପସ୍ଥାପନ କରିବାକୁ କୁହାଯାଇଛି । 

ଏହି ବୈଠକରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ବିବରଣୀଉପସ୍ଥାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହରାଂଚଳଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମି ମିଶ୍ର, ଚିଫ୍‌ମ୍ୟୁନିସପାଲମେଡିକାଲ ଅଫିସରଡାକ୍ତରସତ୍ୟବ୍ରତଛୋଟରାୟ, ସିଟିହେଲ୍‌ଥ ଅଫିସରଡାକ୍ତର ଦୀପକକୁମାରବିଶୋଇ, ସହରାଂଳସ୍ୱାସ୍ଥ୍ୟମିଶନରଡାକ୍ତର ଓ କର୍ମଚାରୀ, ସାନିଟାରୀଇନ୍ସପେକ୍ଟର, ୱାର୍ଡ ଅଫିସରଏବଂ ପରିମଳଏଜେନ୍ସିର ପ୍ରତିନିଧି ଓ କର୍ମୀମାନେ ଉପସ୍ଥିତ ଥିଲେ । 

What's Your Reaction?

like

dislike

love

funny

angry

sad

wow