ଡେଙ୍ଗୁ ପ୍ରତିରୋଧ ପଦକ୍ଷେପ ନେଇ ସମୀକ୍ଷା କଲେ ବିଏମ୍‌ସି କମିଶନର: ଡାକ୍ତରଙ୍କ ନେତୃତ୍ୱରେ ଘର ଘର ସଂପର୍କକୁ ଗୁରୁତ୍ୱ

Sep 11, 2023 - 20:54
 0  6
ଡେଙ୍ଗୁ ପ୍ରତିରୋଧ ପଦକ୍ଷେପ ନେଇ ସମୀକ୍ଷା କଲେ ବିଏମ୍‌ସି କମିଶନର: ଡାକ୍ତରଙ୍କ ନେତୃତ୍ୱରେ ଘର ଘର ସଂପର୍କକୁ ଗୁରୁତ୍ୱ

ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଭିଡିଓ କନଫରେନ୍ସିଂରେ ଆଜି ଡେଙ୍ଗୁ ରୋଗର ସ୍ଥିତି ସମୀକ୍ଷା କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ବିଜୟ ଅମୃତା କୁଲାଙ୍ଗେ। ଏହି ବୈଠକରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଅତିରିକ୍ତ ଜନସ୍ୱାସ୍ଥ୍ୟ
ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ କୁମାର ବିଶୋଇ, ସହରଂଚଳ ସ୍ୱାସ୍ଥ୍ୟ ମିଶନର ଚିକିତ୍ସାଅଧିକାରୀଗଣ ଏବଂ କର୍ମଚାରୀ, ସମସ୍ତ ଡେପୁଟି କମିଶନର, ଜୋନାଲ କମିଶନର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଡେଙ୍ଗୁର ସ୍ଥିତି ଉଦ୍‌ବେଗ ନଥିଲେ ମଧ୍ୟ ଯେଉଁ ଅଂଚଳରେ ରୋଗୀଙ୍କ ଘନତା ରହିଛି ସେଠାରେ ନିରନ୍ତର ଗୋଷ୍ଠୀ ସଚେତନତା କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି କମିଶନର ା ଏହା ସାଙ୍ଗକୁ ଘାସ କାଟିବା ଓ ସଫେଇ ସେ ଅଂଚଳରେ କିପରି ଅଛି ଏବଂ ଯଦି ଘରୁ ଜ୍ୱର ରୋଗୀ
ବାହାରୁଛନ୍ତି ତେବେ ସେମାନେ କିପରି ସରକାରୀ ଚିକିତ୍ସାଳୟରେ ରିପୋର୍ଟ କରିବେ ଏବଂ ସେମାନଙ୍କର ନିଶ୍ଚିତ ଭାବେ ରକ୍ତ ପରୀକ୍ଷା ହେବ ତାହାକୁ ନଜର ରଖିବାକୁ ସମସ୍ତ ଅଧିକାରୀଙ୍କୁ କୁହାଯାଇଛି।

ତେବେ ଘର ଘର ସଂପର୍କ କାର୍ଯ୍ୟକ୍ରମ କିପରି ଡାକ୍ତରମାନଙ୍କୁ ନେଇ ହୋଇପାରିବ ଯାହା ଗୋଷ୍ଠୀ ସଚେତନତାକୁ ଦୃଢ କରିପାରିବ ସେଥିପାଇଁ ଗୁରୁତ୍ୱ ଦିଆଯାଇଛି। ଆସନ୍ତା କାଲିଠାରୁ ୭ ଦିନ ଯାଏଁ ସ୍ଥଳ ବିଶେଷରେ ଘର ଘର ସଂପର୍କ କାର୍ଯ୍ୟକ୍ରମରେ ଡାକ୍ତରମାନେ ସାମିଲ ହେବାକୁ
ଅନୁରୋଧ କରିଛନ୍ତି କମିଶନର। ସହିଦ ନଗର, ନୟାପଲ୍ଲୀ, ପଟିଆ, ଆଚାର୍ଯ୍ୟ ବିହାର ଏବଂ ୟୁନିଟ-୯ ଅଂଚଳରେ ଆସନ୍ତା କାଲି ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବେ କରାଯିବାକୁ ସ୍ଥିର ହୋଇଛି।

ଏହିପରି ଭାବେ ବିଭିନ୍ନ ଅଂଚଳ ଚିହ୍ନଟ କରି ଟିମ୍ ବିଏମ୍‌ସି ଏବଂ ସ୍ୱାସ୍ଥ୍ୟ ବିଭାଗର ସମନ୍ୱୟ ପଦକ୍ଷେପ ଗୋଷ୍ଠୀ ସହଭାଗିତାକୁ ଆଗେଇ ନେବ ବୋଲି କହିଛନ୍ତି କମିଶନର। ଡେଙ୍ଗୁ କମିଯିବା ନେଇ ଆମେ ଚୁପ୍ ବସିବା ନାହିଁ । ଚାଲୁ ରହିଥିବା କାର୍ଯ୍ୟକ୍ରମକୁ ବନ୍ଦ କରିବାର ଏହା ପ୍ରକୃଷ୍ଠ ସମୟ ନୁହେଁ ବରଂ ଅଧିକ ରୋଗୀ ବାହାରୁଥିବା ସ୍ଥାନକୁ ଯାଇ ଗୋଷ୍ଠୀ ସାଙ୍ଗରେ ଆଲୋଚନା କରିବାର ଉପଯୁକ୍ତ ସମୟ ଏବଂ ଏହା ଗୋଷ୍ଠୀର ଉତମ ସ୍ୱାସ୍ଥ୍ୟାଭ୍ୟାସରେ ସହାୟକ ହେବ। 

What's Your Reaction?

like

dislike

love

funny

angry

sad

wow