ସେନା କର୍ମଚାରୀଙ୍କ ଖାଦ୍ୟ ତାଲିକାରେ ସାମିଲ ହେବ ମିଲେଟ୍
ସେନା କର୍ମଚାରୀଙ୍କ ଖାଦ୍ୟ ତାଲିକାରେ ସାମିଲ ହେବ ମିଲେଟ୍
ସେନା କର୍ମଚାରୀଙ୍କ ମଧ୍ୟରେ ମିଲେଟକୁ ପ୍ରୋତ୍ସାହିତ କରିବା ତଥା ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ସାଙ୍ଗକୁ ସୁରକ୍ଷିତ ଓ ପୋଷଣ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଉପସ୍ଥିତିରେ ଏକ ରାଜିନାମା ଗୁରୁବାର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ଶ୍ରୀଅନ୍ନ (ମିଲେଟ) ବ୍ୟବହାର ପ୍ରୋତ୍ସାହିତ କରିବା ସହ ଏହାର ଲାଭ ସମ୍ପର୍କରେ ଏକ ପୁସ୍ତକ ଉନ୍ମୋଚିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମହାନିର୍ଦ୍ଦେଶକ (ଯୋଗାଣ ଓ ପରିବହନ) ଲେଫ୍ଟନାଣ୍ଟ ଜେନେରାଲ ପ୍ରୀତ ମୋହିନ୍ଦର ସିଂହ ଓ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ର ସିଇଓ ଜି କମଳା ବର୍ଦ୍ଧନ ରାଓ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି ।
What's Your Reaction?