ଫ୍ରାନ୍ସ ଠାରୁ ରାଫେଲ୍‌ କିଣିବ ଭାରତ

Jul 13, 2023 - 08:10
Jul 14, 2023 - 08:11
 0  7
ଫ୍ରାନ୍ସ ଠାରୁ ରାଫେଲ୍‌ କିଣିବ ଭାରତ
ଫ୍ରାନ୍ସ ଠାରୁ ରାଫେଲ୍‌ କିଣିବ ଭାରତ

ଫ୍ରାନ୍ସ ଠାରୁ ରାଫେଲ୍‌ କିଣିବ ଭାରତ
ନିଜ ନୌସେନା ପରିଚାଳନା କ୍ଷମତାକୁ ବୃଦ୍ଧି କରିବା ପାଇଁ ଭାରତ ଫ୍ରାନ୍ସ ଠାରୁ 26 ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ । ଏହା ସହିତ ତିନିଟି ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ ମଧ୍ୟ କିଣିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ହୋଇଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଯୁଦ୍ଧ ବିମାନ ଓ ବୁଡ଼ାଜାହାଜ କ୍ରୟ ସମେତ ତିନିଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ରାଫେଲ ସାମୁଦ୍ରିକ ଯୁଦ୍ଧବିମାନ ସହ ଆନୁଷଙ୍ଗିକ ଉପକରଣ, ଯୁଦ୍ଧାସ୍ତ୍ର, ସିମୁଲେଟର, ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ କିଣାଯିବ । ସେହିପରି ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଦସ୍ତାବିଜ ପ୍ରସ୍ତୁତ କରିବା, ଯୁଦ୍ଧ ବିମାନ ଚାଳନା ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସହାୟତା ଭାରତୀୟ ନୌସେନାକୁ ଯୋଗାଇ ଦିଆଯିବ । ଏ ନେଇ ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏକ ଆନ୍ତଃ-ସରକାରୀ ରାଜିନାମା (ଆଇଜିଏ) ସ୍ୱାକ୍ଷରିତ ହୋଇଛି । ଅନ୍ୟ ଦେଶମାନଙ୍କ ଦ୍ୱାରା ବିକ୍ରି କରାଯାଉଥିବା ସମାନ ଧରଣର ଯୁଦ୍ଧବିମାନର ତୁଳନାତ୍ମକ କ୍ରୟ ମୂଲ୍ୟ ସମେତ ସମସ୍ତ ପ୍ରାସଙ୍ଗିକ ଦିଗକୁ ଧ୍ୟାନରେ ରଖି ଫ୍ରାନ୍ସ ସରକାରଙ୍କ ସହିତ ରାଫେଲ ଯୁଦ୍ଧ ବିମାନର ଦର ଏବଂ ଅନ୍ୟ ସର୍ତ୍ତାବଳୀକୁ ନେଇ ଆଲୋଚନା କରାଯିବ । ଆହୁରି, ବିଧିବଦ୍ଧ ଆଲୋଚନା ପରେ ଭାରତରେ ଡିଜାଇନ୍‌ ହୋଇଥିବା ସରଞ୍ଜାମ ଲଗାଇବା ଏବଂ ବିଭିନ୍ନ ବ୍ୟବସ୍ଥା ପାଇଁ ଭାରତରେ ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା (ଏମଆରଓ) କେନ୍ଦ୍ର ପ୍ରତିଷ୍ଠା ଆଦି ପ୍ରସ୍ତାବକୁ ଚୁକ୍ତି ଦସ୍ତାବିଜରେ ସାମିଲ କରାଯିବ ।

What's Your Reaction?

like

dislike

love

funny

angry

sad

wow