୪ଗୋଟି କଲରାପତରିଆ ବାଘ ଛାଲ ଜବତ

Jul 24, 2023 - 17:02
 0  7
୪ଗୋଟି କଲରାପତରିଆ ବାଘ ଛାଲ ଜବତ

ବାରିପଦା: ବାରିପଦା ବନଖଣ୍ଡ ଅଧିକାରୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଉପ ନିର୍ଦ୍ଦେଶକଙ୍କ ଯୁଗ୍ମ ଚଢ଼ାଉରେ ୪ଗୋଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏଥି ସହିତ ଘଟଣାରେ ଜଡିତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ତିନି ଗୋଟି ମୋବାଇଲ ଫୋନ ଜବତ ହୋଇଛି। ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କଲରାପତରିଆ ବାଘ ଛାଲ ସମ୍ପର୍କରେ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ସେ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ମିଳିତ ଭାବେ ଚଢ଼ାଉର ରୂପରେଖ ସ୍ଥିର କରିଥିଲେ।

ଉଭୟଙ୍କ ଅଧିନରେ ଥିବା ଅଧିକାରୀ ଓ କର୍ମଚାରୀ ସମେତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଓ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ ପୂର୍ବକ ଶିମିଳିପାଳ ପାଦଦେଶରେ ଖୁଣ୍ଟା ଥାନା ଅନ୍ତର୍ଗତ ବହଲଦା ଗ୍ରାମରେ ଚଢ଼ାଉ କରି ଉକ୍ତ ସଫଳତା ପାଇଛନ୍ତି। ଖୁବଶୀଘ୍ର ସମସ୍ତ ସୂଚନା ଦିଆଯିବ ବୋଲି ଶ୍ରୀଯୋଶୀ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow