ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ ସର୍ଭେ ପ୍ରତି ରୋକ୍‌ ଲଗାଇଲେ ସୁପ୍ରିମ କୋର୍ଟ

Jul 24, 2023 - 17:36
 0  3
ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ ସର୍ଭେ ପ୍ରତି ରୋକ୍‌ ଲଗାଇଲେ ସୁପ୍ରିମ କୋର୍ଟ

ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ ସର୍ଭେ  ନୂଆ ମୋଡ଼ ନେଇଛି । ବନ୍ଦ ହେଲା ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ ସର୍ଭେ। ଏଏସ୍‌ଆଇକୁ ଦିଆଯାଇଥିବା ସର୍ଭେ ଅନୁମତି ଉପରେ ଲାଗିଲା ରୋକ । ଖୋଦ୍ ସୁପ୍ରିମକୋର୍ଟ ଏନେଇ ରୋକ୍‌ ଲଗାଇଛନ୍ତିି। ପୂର୍ବରୁ ଜିଲ୍ଲା କୋର୍ଟ ଏଏସ୍‌ଆଇକୁ ସର୍ଭେ ପାଇଁ ଯେଉଁ ଅନୁମତି ଦେଇଥିଲେ ସେହି ଅନୁମତି ଉପରେ ସୁପ୍ରିମ୍‌କୋର୍ଟ ରୋକ ଲଗାଇଛନ୍ତି । ତେବେ ଏହି ରୋକ୍‌ ଖୁବ୍‌ କମ୍‌ ସମୟ ପାଇଁ ରହିଛି । ଆଗାମୀ ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ୍ ଲାଗିଛି । ଏହି ସମୟ ମଧ୍ୟରେ ମୁସଲିମ ପକ୍ଷଙ୍କୁ ଆବେଦନ ପାଇଁ ପରାମର୍ଶ ଦିଆଯାଇଛି । ଏହି ଅବଧି ମଧ୍ୟରେ ମୁସଲିମ ପକ୍ଷ ହାଇକୋର୍ଟ ଯାଇପାରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି ।

ଆଜି ସକାଳୁ ବାରାଣସୀ ଜ୍ଞାନବାପୀ ମସଜିଦରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ଏଏସ୍‌ଆଇ ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଥିଲା । ଏନେଇ ସମସ୍ତ ପ୍ରସ୍ତୁତି ବି ସରିଥିଲା । ଏଏସ୍‌ଆଇର ଏକ ସ୍ୱତନ୍ତ୍ର ଟିମ୍‌ ମସଜିଦ୍ ପରିସରରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ । ପାଖାପାଖି ୩୦ ଜଣ ସଦସ୍ୟ ଏହି ଟିମରେ ରହିଥିଲେ। ୱାଜୁଖାନାରେ ରହିଥିବା ବିବାଦୀୟ ସ୍ଥଳକୁ ବାଦ ଦେଇ ମସଜିଦର ଅନ୍ୟ ସବୁ ସ୍ଥାନରେ ସର୍ବେକ୍ଷଣ କରି ପାରିବ ବୋଲି ଏସଆଇ ଟିମକୁ କୋର୍ଟ କହିଥିଲେ। ସର୍ବେକ୍ଷଣ ସରିବା ପରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଜିଲ୍ଲା ଅଦାଲତରେ ଏଏସ୍‌ଆଇ ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା ।

ଉତ୍ତରପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦ ଏକ ମନ୍ଦିର ଉପରେ ନିର୍ମାଣ ହୋଇଥିବା ନେଇ ମହିଳା ସଂଗଠନ ପକ୍ଷରୁ ଜିଲ୍ଲା କୋର୍ଟରେ ଆବେଦନ କରାଯାଇଥିଲା। ଏପରିକି ମସଦିଜ ମଧ୍ୟରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ରହିଥିବା ମଧ୍ୟ ଆବେଦନରେ ଦର୍ଶାଇଥିଲା ମହିଳା ସଂଗଠନ। ମସଦିଜ ମଧ୍ୟରେ ଥିବା ଦେବାଦେବୀଙ୍କ ପ୍ରତିମା ନେଇ କେବଳ ବୈଜ୍ଞାନିକ ଅନୁଧ୍ୟାନରୁ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଆବେଦନ କରିଥିଲେ। ସଂଗଠନର ଆବେଦନ ଉପରେ ବିବାଦୀୟ ଅଂଶକୁ ଛାଡ଼ି ସମ୍ପୂର୍ଣ୍ଣ ପରିସରକୁ ଏଏସ୍‌ଆଇ ସର୍ଭେ କରିବାକୁ ମଞ୍ଜୁରୀ ଦିଆଯାଇଛି । ସିଲ ହୋଇଥିବା ବିବାଦୀୟ ଅଂଶକୁ ବାଦ୍‌ ଦେଇ ଅନ୍ୟ ଅଞ୍ଚଳକୁ ସର୍ଭେ ପାଇଁ କୋର୍ଟ ଅନୁମତି ଦେଇଥିଲେ।

ଗତ ଜୁଲାଇ ୨୧ରୁ ପୁଣି ଜୋର ଧରିଛି ଜ୍ଞାନବାପୀ ଚର୍ଚ୍ଚା । ଆଜ୍ଞା ହଁ ଜ୍ଞାନବାପୀ ମସଜିଦ୍ ଏବେ ପୁଣି ଚର୍ଚ୍ଚାକୁ ଫେରିଛି । ବାରାଣାସୀ କୋର୍ଟ ଜ୍ଞାନବାପୀ ମସଜିଦ୍ ମାମଲାରେ ଗତ ୨୧ ତାରିଖ ଏକ ବଡ଼ ରାୟ ଶୁଣାଇଥିଲେ । କୋର୍ଟ କହିଥିଲେ ମସଜିଦ୍ ପରିସରରେ ଏଏସ୍‌ଆଇ ସର୍ଭେ କରିପାରିବ । ହେଲେ କିଛି ସର୍ତ୍ତ ରଖିଥିଲେ କୋର୍ଟ । କୋର୍ଟ କହିଥିଲେ ଏଏସ୍‌ଆଇ ମସ୍‌ଜିଦ୍‌ ପରିସରରେ ସମସ୍ତ ପ୍ରକାର ସର୍ଭେ କରିପାରିବ । କିନ୍ତୁ ଯେଉଁ ସ୍ଥାନକୁ ନେଇ ବିବାଦ ରହିଛି, ସେହି ସ୍ଥାନରେ କୌଣସି ପ୍ରକାର ସର୍ଭେ କରିପାରିବ ନାହିଁ ।

ତେବେ ପୂର୍ବରୁ ମୁସ୍‌ଲିମ୍‌ ପକ୍ଷ ଏହି ସର୍ଭେକୁ ବିରୋଧ କରିଥିଲେ । କିନ୍ତୁ କୋର୍ଟ ସମସ୍ତ ତଥ୍ୟ, ପ୍ରମାଣ, ଦସ୍ତାବିଜ୍ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି, ଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେଇଛନ୍ତି । ବାରାଣାସୀ ଜିଲ୍ଲା ଜଜ୍‌ ଅଜୟ କୃଷ୍ଣ ବିଶ୍ୱାସ୍‌ଙ୍କ କୋର୍ଟ ଏହି ମାମଲାର ଶୁଣାଣି କରିଥିବା ବେଳେ ଏଭଳି ଆଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ରେ ହେବ । ତେଣୁ କୋର୍ଟ ଏଏସ୍‌ଆଇକୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଆସନ୍ତା ଶୁଣାଣି ମଧ୍ୟରେ ତଥା ଅଗଷ୍ଟ ୪ ଭିତରେ ଏଏସ୍‌ଆଇ ସର୍ଭେ ଶେଷ କରି ରିପୋର୍ଟ ଦାଖଲ କରିବ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.