ଲୋକସଭାରେ ପାରିତ ହେଲା ତଥ୍ୟ ସୁରକ୍ଷା ବିଲ

Data Protection Bill passed in Lok Sabha

Aug 8, 2023 - 18:25
 0  4
ଲୋକସଭାରେ  ପାରିତ ହେଲା ତଥ୍ୟ ସୁରକ୍ଷା ବିଲ

ବିରୋଧୀଙ୍କ ପ୍ରବଳ ବିରୋଧ ପରେ ଗତ ୭ ତାରିଖରେ ଲୋକସଭାରେ ତଥ୍ୟ ସୁରକ୍ଷା ବିଲ ପାସ କରିନେଇଛି ଏନଡିଏ ସରକାର । ଗୋପନୀୟତା ପ୍ରସଙ୍ଗ ଓ ବ୍ୟକ୍ତିଗତ ମୌଳିକ ଅଧିକାର ଉଲ୍ଲଂଘନକୁ ନେଇ ବିରୋଧୀ କ୍ରମାଗତ ଭାବେ ବିରୋଧ କରିଆସୁଥିଲେ । ଏହି ବିଲରେ ସୂଚନା ଅଧିକାର ଆଇନ (ଆରଟିଆଇ) ଆଇନର ଧାରା ୮(୧) (ଜେ)ରେ ସଂଶୋଧନର ପ୍ରସ୍ତାବ ରହିଛି । ତେଣୁ ଏହା ଦ୍ୱାରା ଆରଟିଆଇ ଆଇନ ଦୁର୍ବଳ ହୋଇଯିବ ବୋଲି ବିରୋଧୀଙ୍କ ପକ୍ଷରୁ କୁହାଯାଇଛି ।

ସେଥିପାଇଁ ଏହି ବିଲକୁ ସଂସଦୀୟ ସମିତି ନିକଟକୁ ପଠାଇବାକୁ ବିରୋଧୀଙ୍କ ପକ୍ଷରୁ ଦାବି କରାଯାଇଥିଲା । ଖାସ କରି ଟିଏମସି ସାଂସଦ ସୌଗତ ରାୟ, କଂଗ୍ରେସ ସାଂସଦ ମନିଷ ତିୱାରୀ ଓ ଏଆଇଏମଆଇଏମ ସାଂସଦ ଅସସୁଦ୍ଦୀନ ଓୱେସୀ ଏହାକୁ ବିରୋଧ କରିଥିଲେ । ଏହି ବିଲ ମାଧ୍ୟମରେ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ତେଣୁ ଏହି ବିଲର ଚର୍ଚ୍ଚା ପାଇଁ ଷ୍ଟାଣ୍ଡିଂ କମିଟି ନିକଟକୁ ବିଲକୁ ପଠାଇବା ଆବଶ୍ୟକ ବୋଲି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ।

ଅନ୍ୟପକ୍ଷରେ ବିଲକୁ ନେଇ ଗୃହରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ବିଲ ଦେଶର ୧୪୦ କୋଟି ଲୋକଙ୍କ ଡିଜିଟାଲ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସହ ଜଡ଼ିତ ରହିଛି । ଆଜି ସାରା ଦୁନିଆରେ ଡିଜିଟାଲ ଇଣ୍ଡିଆକୁ ନେଇ ଚର୍ଚ୍ଚା ହେଉଛି ଓ ଅନେକ ଦେଶ ଏହାକୁ ଗ୍ରହଣ କରିବାକୁ ଚାହୁଁଛନ୍ତି । ଡିଜିଟାଲ ପେମେଣ୍ଟ ସିଷ୍ଟମ, ଆଧାର ବ୍ୟବସ୍ଥା ସହ ଡିଜିଟାଲ ଲକର ଆଜି ଲୋକାଭିମୁଖୀ ହୋଇ ପାରିଛି । ଦେଶର ୯୦ କୋଟି ଲୋକ ଇଣ୍ଟରନେଟ ସହ ଯୋଡ଼ି ହୋଇ ରହିଛନ୍ତି । ୪ଜି, ୫ଜି ଓ ଭାରତନେଟ ମାଧ୍ୟମରେ ଛୋଟ ଛୋଟ ଗାଁକୁ ଡିଜିଟାଲ ସୁବିଧା ପହଞ୍ଚି ପାରିଛି । ବିପକ୍ଷ ସଦସ୍ୟମାନେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ଚର୍ଚ୍ଚା କରୁଛନ୍ତି, ମାତ୍ର ଦେଶର ଜନତା ଓ ସେମାନଙ୍କର ଅଧିକାର ବିଷୟରେ ଚିନ୍ତା କରୁନାହାନ୍ତି । ସେମାନେ କେବଳ ନାରା ଲଗାଉଛନ୍ତି, ଚର୍ଚ୍ଚା କରିବାରେ ସେମାନଙ୍କର ରୁଚି ନାହିଁ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.