ଆଜିଠୁ OJEE ଓଡ଼ିଶା ଯୁଗ୍ମ କାଉନସେଲିଂ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରକ୍ରିୟା

Jul 6, 2023 - 11:36
 0  5
ଆଜିଠୁ OJEE ଓଡ଼ିଶା ଯୁଗ୍ମ କାଉନସେଲିଂ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରକ୍ରିୟା

ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବିଟେକ୍‌, ବିଆର୍କିଟେକ୍‌,   ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ଆଦି ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବିଟେକ୍‌, ବିଆର୍କିଟେକ୍‌,   ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ଆଦି ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପ୍ରାୟ ୪୮ ହଜାର ପିଲା ଏଥର କାଉନସିଲିଂରେ ଭାଗ ନେବାକୁ ଯାଉଛନ୍ତି।

ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୬ ତାରିଖ ପୂର୍ବାହ୍ନ ୧୧ଟାରୁ ରାଙ୍କକାର୍ଡଧାରୀ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିପାରିବେ। ୧୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଚଏସ୍‌ ଫିଲିଂ କରିଥିବା ପ୍ରାର୍ଥୀଙ୍କ ପାଇଁ ୧୨ ତାରିଖ ଅପରାହ୍ନରେ ମକ୍‌ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ।

ସେହିପରି ୧୪ ତାରିଖରେ ପୂର୍ବାହ୍ନ ୧୧ଟା ୩୦ରୁ ପ୍ରାର୍ଥୀଙ୍କ ପାଇଁ ଚଏସ୍‌ ଲକିଂ ସୁବିଧା ଉପଲବ୍ଧ ହେବ। ୧୫ ତାରିଖ ରାତି ୧୧ଟା ୫୯ ସୁଦ୍ଧା ପଞ୍ଜୀକରଣ ଓ ଚଏସ୍‌ ଲକିଂ ଶେଷ ହେବ। ଆସନ୍ତା ୧୬ରୁ ୧୮ ତାରିଖ ମଧ୍ୟରେ ତଥ୍ୟ ଯାଞ୍ଚ, ସିଟ୍‌ ବୈଧତା ଆଦି ଯାଞ୍ଚ କରାଯିବା ପରେ ୧୯ ତାରିଖରେ ପ୍ରଥମ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୧୯ରୁ ୨୩ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ରିପୋଟିଂ , ୨୦ରୁ ୨୫ ତାରିଖ ମଧ୍ୟରେ ସିଟ୍‌ ଆଲଟମେଣ୍ଟ ପ୍ରକ୍ରିୟାରୁ ଓହରିପାରିବେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.