ପ୍ରିମିୟମ ଦେବେ ରାଜ୍ୟ ସରକାର

Jul 13, 2023 - 08:22
Jul 14, 2023 - 08:22
 0  5
ପ୍ରିମିୟମ ଦେବେ ରାଜ୍ୟ ସରକାର
ପ୍ରିମିୟମ ଦେବେ ରାଜ୍ୟ ସରକାର

ପ୍ରିମିୟମ ଦେବେ ରାଜ୍ୟ ସରକାର
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ପ୍ରିମିୟମ ଅର୍ଥ ରାଜ୍ୟ ସରକାର ବହନ କରିବେ । ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ୨୦୨୩ ଖରିଫ ଋତୁରୁ ୨୦୨୫-୨୬ ରବି ଋତୁ ପର୍ଯ୍ୟନ୍ତ ପଞ୍ଜୀକୃତ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିବେ । ଦୁଇ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ପାଇଁ ଚାଷୀଙ୍କୁ ପ୍ରିମିୟମ ଦେବାକୁ ପଡିବ ନାହିଁ । କେବଳ ପଞ୍ଜୀକରଣ ସମୟରେ ବ୍ୟାଙ୍କ ଖାତା ଭାଲିଡେଟ କରିବାକୁ ଟୋକନ ମନି ଭାବେ ମାତ୍ର ଏକ ଟଙ୍କା ଚାଷୀଙ୍କ ଆକାଉଣ୍ଟରୁ କଟିବ । ଦୁଇ ହେକ୍ଟର ଚାଷ ଜମିରୁ ଅଧିକ ଜମିର ଫସଲକୁ ବିମାଭୁକ୍ତ କରିବାକୁ ଆଗ୍ରହୀ ଚାଷୀ ବଳକା ଜମିର ପ୍ରିମିୟମ ନିଜେ ବହନ କରିବେ । ଏନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

What's Your Reaction?

like

dislike

love

funny

angry

sad

wow