ଦିଲ୍ଲୀରୁ ୫୪ ‌କୋଟିର ଜିଏସ୍‌ଟି ଫାଙ୍କି ଭୁବନେଶ୍ବରରେ ଗିରଫ

Jul 13, 2023 - 11:22
 0  5
ଦିଲ୍ଲୀରୁ ୫୪ ‌କୋଟିର ଜିଏସ୍‌ଟି ଫାଙ୍କି ଭୁବନେଶ୍ବରରେ ଗିରଫ

ଜାଲ୍‌ କାଗଜପତ୍ର ଦେଇ ମାଳମାଳ ସଂସ୍ଥା ଖୋଲିଲେ। ନକଲି ଇନ୍‌ଭଏସ୍‌ରେ କୋଟି କୋଟି ଟଙ୍କା ଜିଏସ୍‌ଟି ଫାଙ୍କି‌ଲେ। ଦିଲ୍ଲୀରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଠକେଇ କରିବା ପରେ ଭୁବନେଶ୍ବରରେ ଲୁଚିଥିବା ଦୁଇ ମାଷ୍ଟରମାଇଣ୍ଡକୁ ଜିଏସ୍‌ଟି ଗୁଇନ୍ଦା ବିଭାଗ ଗିରଫ କରିଛି। ଉଭୟଙ୍କୁ ଗିରଫ ପରେ ଝାରପଡ଼ା ଜେଲ୍‌କୁ ପଠାଯାଇଛି।ସୂଚନା ମୁତାବକ, କିଛି ବର୍ଷ ହେବ ଦିଲ୍ଲୀର ଏହି ଦୁଇ ଠକ ଚଞ୍ଚକତା କରି ଏକାଧିକ ଜାଲ୍‌ ଆଧାର, ପାନ୍‌ ଭଳି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ।

ଜାଲ କାଗଜପତ୍ର ବଳରେ ବିଭିନ୍ନ ରାଜ୍ୟରେ ୫୦ରୁ ଅଧିକ ସଂସ୍ଥା ଖୋଲି ୩ଶହ କୋଟିରୁ ଊର୍ଧ୍ବ ଟଙ୍କାର ବ୍ୟବସାୟ କରିଥିଲେ। ଜିଏସ୍‌ଟି ଗୁଇନ୍ଦା ବିଭାଗ ହାତରେ ଖବର ଲାଗିବା ପରେ ଘଟଣାର ତଦନ୍ତ ପାଇଁ ବିଭାଗର ଅତିରିକ୍ତ ମହାନିର୍ଦେଶକ ଦେବାଶିଷ ସାହୁ ନିର୍ଦେଶ ଦେଇଥିଲେ। ଠକଙ୍କୁ ଧରିବା ପାଇଁ ଜିଏସ୍‌ଟି ଗୁଇନ୍ଦା ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। କିଛିଦିନ ତଳେ ଉଭୟ ଭୁବନେଶ୍ବରକୁ ଆସି ହୋଟେଲ୍‌ରେ ରହିଥିଲେ। ଜିଏସ୍‌ଟି ଗୁଇନ୍ଦା ଅଧିକାରୀ ସେମାନଙ୍କ ଠିକଣା ଠାବ ପରେ ଉଭୟଙ୍କୁ ଗିରଫ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ମଙ୍ଗଳବାର ଉଭୟ ବାପୁଜୀନଗରସ୍ଥିତ ଏକ ବ୍ୟାଙ୍କରୁ ବାହାରୁଥିବା ବେଳେ ଜିଏସ୍‌ଟି ଗୁଇନ୍ଦା ଅଧିକାରୀ କାବୁ କରିଥିଲେ। ଉଭୟ ଖସିବାକୁ ଉଦ୍ୟମ କରିଥିଲେ। ଯାଞ୍ଚ ବେଳେ ସବୁ ସତ ପଦାକୁ ଆସିଥିଲା। ପରେ ଉଭୟଙ୍କୁ ଜିଏସ୍‌ଟି ଗୁଇନ୍ଦା କାର୍ଯ୍ୟାଳୟକୁ ଆଣି ଜେରା ପରେ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ରୢାକେଟ୍‌ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି। କେତେ ଲୋକ ସାମିଲ୍‌ ଅଛନ୍ତି? କେଉଁ କେଉଁ ରାଜ୍ୟରେ ସଂସ୍ଥା କାର୍ଯ୍ୟାଳୟ ରହିଛି? ଏନେଇ ଅଧିକ ଖୋଳତାଡ଼ କରୁଛି ଜିଏସ୍‌ଟି ଗୁଇନ୍ଦା।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.