ଜୁନ ୧୧ରେ ଉଦଘାଟିତ ହେବ ଜାତୀୟ ତାଲିମ ଆଲୋଚନାଚକ୍ର

Jun 10, 2023 - 02:22
Jun 11, 2023 - 02:23
 0  489
ଜୁନ ୧୧ରେ ଉଦଘାଟିତ ହେବ ଜାତୀୟ ତାଲିମ ଆଲୋଚନାଚକ୍ର
ଜୁନ ୧୧ରେ ଉଦଘାଟିତ ହେବ ଜାତୀୟ ତାଲିମ ଆଲୋଚନାଚକ୍ର

ଜୁନ ୧୧ରେ ଉଦଘାଟିତ ହେବ ଜାତୀୟ ତାଲିମ ଆଲୋଚନାଚକ୍ର
ରବିବାର (ଜୁନ ୧୧, ୨୦୨୩)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ର ଉଦଘାଟନ କରିବେ । କେନ୍ଦ୍ରୀୟ ତାଲିମ ପ୍ରତିଷ୍ଠାନ, ରାଜ୍ୟ ପ୍ରଶାସନିକ ତାଲିମ ପ୍ରତିଷ୍ଠାନ, ଆଞ୍ଚଳିକ ଓ କ୍ଷେତ୍ରୀୟ ତାଲିମ ପ୍ରତିଷ୍ଠାନ ଏବଂ ଗବେଷଣା ପ୍ରତିଷ୍ଠାନଗୁଡିକର ୧୫୦୦ରୁ ଅଧିକ ପ୍ରତିନିଧି ଏହି ଆଲୋଚନାଚକ୍ରରେ ଭାଗ ନେବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରଶାସକ, ଘରୋଇ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ ଏହି ଆଲୋଚନାଚକ୍ରରେ ଭାଗ ନେବେ । ଆଲୋଚନାଚକ୍ରରେ ପ୍ରତିନିଧିମାନେ ମତ ବିନିମୟ କରିବେ । କାର୍ଯ୍ୟକ୍ଷେତ୍ରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପନ୍ଥା ବାହାର କରିବା ତଥା ଦକ୍ଷତା ବିକାଶ ପାଇଁ ବିସ୍ତୃତ ରଣନୀତି ପ୍ରସ୍ତୁତି ପାଇଁ ଆଲୋଚନା କରିବେ । ଆଲୋଚନାଚକ୍ରର ଆଠଟି ପ୍ୟାନେଲ ଆଲୋଚନାରେ ପ୍ରଶାସନିକ ସେବା ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ବନ୍ଧିତ ପ୍ରମୁଖ ପ୍ରସଙ୍ଗ ଯେପରିକି ଫ୍ୟାକଲ୍ଟିଂ ଡେଭେଲପମେଣ୍ଟ, ପ୍ରଶିକ୍ଷଣ ପ୍ରଭାବ ମୂଲ୍ୟାୟନ ଓ ବିଷୟବସ୍ତୁ ଡିଜିଟାଇଜେସନ ଆଦି ସମ୍ପର୍କରେ ଆଲୋଚନା ହେବ ।

What's Your Reaction?

like

dislike

love

funny

angry

sad

wow