ରାଜ୍ୟରେ ଖୋଲିବ ୭ ବିଏସସି ନର୍ସିଂ କଲେଜ

ରାଜ୍ୟରେ ଶୀଘ୍ର ୭ଟି ନୂଆ ବିଏସସି ନର୍ସିଂ କଲେଜ ଖୋଲିବ ।

Jun 6, 2023 - 07:18
 0  462
ରାଜ୍ୟରେ ଖୋଲିବ ୭ ବିଏସସି ନର୍ସିଂ କଲେଜ

ରାଜ୍ୟରେ ଶୀଘ୍ର ୭ଟି ନୂଆ ବିଏସସି ନର୍ସିଂ କଲେଜ ଖୋଲିବ । ବଲାଙ୍ଗୀର, ବାରିପଦା, ପୁରୀ, ବାଲେଶ୍ୱର, ତାଳଚେର, କୋରାପୁଟ ଓ ଯାଜପୁର ଜିଲ୍ଲାରେ ଏହି କଲେଜଗୁଡିକ ଖୋଲିବ । ଏବେ ରାଜ୍ୟରେ ୮ଟି ସରକାରୀ ନର୍ସିଂ କଲେଜ ରହିଛି । ଏହି କଲେଜଗୁଡିକରେ ସିଟ୍ ସଂଖ୍ୟା ୭୫୦ ରହିଛି । ୭ଟି ନୂଆ ବିଏସସି ନର୍ସିଂ କଲେଜ ବିଏସସି ନର୍ସିଂ ସିଟ ସଂଖ୍ୟା ୧୪୫୦କୁ ବୃଦ୍ଧି ପାଇବ ବୋଲି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ବ୍ରହ୍ମପୁର ଓ ବୁର୍ଲାରେ ନର୍ସିଂ ପିଜି କଲେଜ ଥିବାବେଳେ ଆଉ ଗୋଟିଏ ନର୍ସିଂ ପିଜି କଲେଜ କଟକରେ ଖୋଲିବ ।

What's Your Reaction?

like

dislike

love

funny

angry

sad

wow