ଫାଇଲେରିଆ ରୋକିବ ଆଇଭରମେଟିନ

Jul 25, 2023 - 07:05
Jul 26, 2023 - 07:05
 0  7
ଫାଇଲେରିଆ ରୋକିବ ଆଇଭରମେଟିନ
ଫାଇଲେରିଆ ରୋକିବ ଆଇଭରମେଟିନ

ଫାଇଲେରିଆ ରୋକିବ ଆଇଭରମେଟିନ
ରାଜ୍ୟରେ ଫାଇଲେରିଆ ନିରାକରଣ ଲାଗି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଫାଇଲେରିଆ ରୋଗ ନିରାକରଣ ପାଇଁ ଆଇଭରମେଟିନ ବଟିକା ବଣ୍ଟାଯିବ । ଅଗଷ୍ଟ ୧୦ରୁ ରାଜ୍ୟରେ ସାମୂହିକ ଔଷଧ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଅଗଷ୍ଟ ୧୦ରୁ ୧୯ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ । ୧୧ ଜିଲ୍ଲାର ୧ କୋଟି ୮୧ ଲକ୍ଷ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରହିଛି । ଏଥିରେ ୬୫,୬୬୬ ଡ୍ରଗ୍ ଅଫିସର ନିୟୋଜିତ ହେବେ । ତେବେ ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ, ଏକ ସପ୍ତାହ ଭିତରେ ଶିଶୁ ଜନ୍ମ କରିଥିବା ମାଆ ଓ ଅତ୍ୟନ୍ତ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଔଷଧ ଦିଆଯିବନାହିଁ ।  ଆଶାକର୍ମୀ ଓ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଘରକୁ ଘର ବୁଲି ଲୋକଙ୍କୁ ଏହି ଔଷଧ ଖୁଆଇବେ । ଉଲ୍ଲେଖଯୋଗ୍ୟ, ରାଜ୍ୟର ୯ ଜିଲ୍ଲା ଫାଲେରିଆମୁକ୍ତ ଘୋଷଣା ପାଇଁ ଯୋଗ୍ୟ ବିବେଚିତ ହୋଇସାରିଛି ।

What's Your Reaction?

like

dislike

love

funny

angry

sad

wow