ଆଶା ହରେଇଲା ପରେ ସାହା ହେଲା ବି.ଏସ.କେ.ୱାଇ - କଲକତାର ନାରାୟଣ ହୃଦୟାଳୟରେ ହେଲା ଉପଯୁକ୍ତ ଚିକିତ୍ସା 

Sep 12, 2023 - 17:51
 0  7
ଆଶା ହରେଇଲା ପରେ ସାହା ହେଲା ବି.ଏସ.କେ.ୱାଇ - କଲକତାର ନାରାୟଣ ହୃଦୟାଳୟରେ ହେଲା ଉପଯୁକ୍ତ ଚିକିତ୍ସା 
ଆଶା ହରେଇଲା ପରେ ସାହା ହେଲା ବି.ଏସ.କେ.ୱାଇ - କଲକତାର ନାରାୟଣ ହୃଦୟାଳୟରେ ହେଲା ଉପଯୁକ୍ତ ଚିକିତ୍ସା 

ଭୁବନେଶ୍ଵର,ସେପ୍ଟେମ୍ବର ୧୨:“ଭେଲୋର,କଲକତା ଓ ଚଣ୍ଡୀଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ.କେ.ୱାଇ) ମୋର ସାହା ହେଲା । କଲକତାର ନାରାୟଣ ହୃଦୟାଳୟରେ ମୋର ଉପଯୁକ୍ତ ଚିକିତ୍ସା ହେଲା । ମୋତେ ନୂଆ ଜୀବନ ମିଳିଲା’’ – ଏପରି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗଉଡଗାଁ ଗ୍ରାମ ନିବାସୀ ୪୨ ବର୍ଷ ବୟସ୍କ ସଞ୍ଜୟ କୁମାର ସ୍ଵାଇଁ ।

ଘଟଣା ବିଷୟରେ ସୂଚନା ଦେଇ ସଞ୍ଜୟ କହିଛନ୍ତି ଯେ ମୁଁ କଲକତାର ଏକ ଛୋଟିଆ ଝୋଟ କଳରେ କାମ କରି ଗୁଜରାଣ ମେଣ୍ଟାଏ । ମୋତେ ଲଗାତର କିଛି ଦିନ ଧରି ଜ୍ଵର ହେଲା । ଔଷଧ ଖାଇଲେ ବି ଭଲ ହେଲାନି । ଡାକ୍ତରଙ୍କୁ ଦେଖାଇ ୨୦୨୨ ମସିହା ଏପ୍ରିଲ ୮ ତାରିଖ ଦିନ ସେ ଅଲ୍ଟ୍ରାସାଉଣ୍ଡ ଏବଂ ୟୁରିଆ କ୍ରିଏଟାଇନ ପରୀକ୍ଷା କଲି । ପରେ ପରେ କଲକତାର ଇ .ଏସ .ଆଇ ହସ୍ପିଟାଲ ଗଲି । ସେଠାରେ ମୋର କିଡନୀ ଖରାପ ଥିବାର ଜଣା ପଡିଲା । 
                   
ଭେଲୋର ଏବଂ ଚଣ୍ଡୀଗଡର ବଡବଡ ହସ୍ପିଟାଲରେ ଚିକିତ୍ସା ଓ ପରାମର୍ଶ କଲି । କିଛି ନିର୍ଭରଯୋଗ୍ୟ ଭରଷା ପାଇଲିନି ସବୁଆଡୁ ଆଶା ହରେଇଲି । ମୋର ଦୁଇଟି ନାବାଳକ ପିଲା । ଏ ପଟରେ ମୁଁ କାମ କରିବାକୁ ମୁଁ ଅକ୍ଷମ । ଚାରିଆଡ ଅନ୍ଧାର ଦିଶିଲା ।
                   
କଲକତାର ରବୀନ୍ଦ୍ରନାଥ ଠାକୁର ନାରାୟଣ ହୃଦୟାଳୟରେ ଅପରେସନ ଦ୍ଵାରା ମୋ ରୋଗ ଭଲ ହୋଇପାରିବ ବୋଲି କିଛି ବନ୍ଧୁଙ୍କ ଠାରୁ ଶୁଣିଲି । ବି.ଏସ.କେ.ୱାଇ କାର୍ଡରେ ସେଠାରେ ଚିକିତ୍ସା ହୋଇପାରିବ ବୋଲି କେନ୍ଦ୍ରପଡା ଜିଲ୍ଲାର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଜାଣିଲି । ସେ ମଧ୍ୟ ମୋତେ ରାଜ୍ୟ ହେଲଥ ଆସୁରାନ୍ସ ସୋସାଇଟିର ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରାଇଦେଲେ । ନୋଡାଲ ଅଧିକାରୀ ସମ୍ପୂର୍ଣ ଭରଷା ଦେଲେ । ନାରାୟଣ ହୃଦୟାଳୟ ସହ ଯୋଗାଯୋଗ କରାଇଦେଲେ । ବି.ଏସ.କେ.ୱାଇ ଟିମ ଭରସାରେ ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖ ଦିନ ସେଠାରେ ପହଞ୍ଚିଲୁ। ଆଡମିଶନ ଓ ପରୀକ୍ଷା ନିରୀକ୍ଷା ହେଲା । ମୋର ଆବଶ୍ୟକୀୟ ଅପରେସନ ହେଲା । ତା ୦୫/୦୭/୨୦୨୩ ରିଖରେ ହସ୍ପିଟାଲରୁ ଡିସଚାର୍ଜ ହେଲି। ବର୍ତ୍ତମାନ ଘରେ ଭଲ ଅଛି। ମୋର ପରବର୍ତ୍ତୀ ଚିକିତ୍ସା ମଧ୍ୟ ଠିକ୍ ଭାବେ ଚାଲିଛି ।

ଅପରେସନ ଓ ଚିକିତ୍ସା ପାଇଁ ଦରକାର ହେଇଥିବା ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାର ବି.ଏସ.କେ.ୱାଇ କାର୍ଡ ମାଧ୍ୟମରେ ଦେଲେ । ଆମକୁ କୌଣସି ଦେୟ ଦେବାକୁ ପଡିଲା ନାହିଁ । ସବୁଆଡୁ ଆଶା ହରେଇଲା ପରେ ମୁଖ୍ୟମନ୍ତ୍ରୀଙ୍କ ବି.ଏସ.କେ.ୱାଇ କାର୍ଡ ମୋର ସାହା ହେଲା । ବି.ଏସ.କେ.ୱାଇ ଟିମ୍ ସବୁପ୍ରକାର ଯୋଗାଯୋଗ ଓ ସୁବିଧା କରାଇଦେଲେ। ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ  ବି.ଏସ.କେ.ୱାଇ ଟିମ୍ଙ୍କ  ପାଖରେ ଆମ ପରିବାର ଚିରଋଣୀ । ନାରାୟଣ ହୃଦୟାଳୟର ଡାକ୍ତର ନର୍ସ ଏବଂ ଅଧିକାରୀମାନକୁ  ମୋର ନମସ୍କାର ।

What's Your Reaction?

like

dislike

love

funny

angry

sad

wow