ଓଡ଼ିଆ ଜାତିର ଗର୍ବ ଓ ଗୌରବ: ଦାଶରଥି ପଟ୍ଟନାୟକ (ଦାସିଆ ଅଜା)

Sep 12, 2023 - 21:21
 0  6
ଓଡ଼ିଆ ଜାତିର ଗର୍ବ ଓ ଗୌରବ: ଦାଶରଥି ପଟ୍ଟନାୟକ (ଦାସିଆ ଅଜା)

ଭୁବନେଶ୍ୱର, ସେପ୍ଟେମ୍ଡର ୧୨: ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧ୍ବସ୍ତୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆଜି ପୂର୍ବାହ୍ନ ସମୟରେ ଶ୍ରୀ ଦିଲୀପ ରାଉତରାଏ, ନିର୍ଦେଶକ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ନିର୍ଦେଶକ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଙ୍କ ପୌରହିତ୍ୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ପାଠାଗାର ଆନ୍ଦୋଳନର ଅନ୍ୟତମ ସାରଥ୍ ତଥା ଓଡିଆ ଜାତିର ଗୌରବ ଦାସରଥ୍ ପଟ୍ଟନାୟକ (ଦାସିଆ ଅଜା)ଙ୍କ ୨୬ତମ ତିରୋଧାନ ଦିବସ ପାଳନ ହୋଇଯାଇଅଛି । 

ଏହି ଅବସରରେ ଏକ ସ୍ବତନ୍ତ୍ର ପୁସ୍ତକ ପ୍ରର୍ଦଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ଦାସିଆ ଅଜାଙ୍କ ଜୀବନର ଆଦର୍ଶରେ ଅନୁପ୍ରାଣିତ ହୋଇ ଦାସିଆ ଅଜାଙ୍କ ସ୍ଵପ୍ନକୁ ସାକାର କରିବାପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରିବା ଉପରେ ନିର୍ଦେଶକ ଆଲୋକପାତ କରିଥିଲେ ।

ରାଜ୍ୟ ଗ୍ରନ୍ଥାଗାର ସମ୍ମୁଖରେ ଦାସିଆ ଅଜାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତୀ ନିର୍ମାଣ କରିବାପାଇଁ ପାଠକ ପାଠିକା ଓ ପାଠାଗାରର କର୍ମଚାରୀମାନେ ପ୍ରସ୍ତାବ ଦେଇଥିଲେ । ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ସହ ସଭା ସାଙ୍ଗ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow