ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

Jun 24, 2023 - 07:47
Jun 25, 2023 - 07:47
 0  8
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଜୁନ୍ ୨୩ ବେଳକୁ ସେହି ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଜୁନ ୨୪ରେ ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତର ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ମୌସୁମୀର ଓଡିଶା ପ୍ରବେଶକୁ ତ୍ୱରାନ୍ୱିତ କରିବ ବୋଲି ଆକଳନ କରିଛି ବେସରକାରୀ ପାଣିପାଗ ସଂସ୍ଥା ସ୍କାଏମେଟ । ଏହି ଲଘୁଚାପ ଓଡ଼ିଶା ଦେଇ ମଧ୍ୟଭାରତକୁ ଗତି କରି ଛତିଶଗଡ଼ ଓ ମଧ୍ୟପ୍ରଦେଶକୁ ଅତିକ୍ରମ କରିବ । କ୍ରମଶଃ ଦୁର୍ବଳ ହୋଇ ରାଜସ୍ଥାନ ଓ ଗୁଜରାଟରେ ପହଞ୍ଚି ମଧ୍ୟମ ଧରଣର ବର୍ଷା କରିବ ।

What's Your Reaction?

like

dislike

love

funny

angry

sad

wow