ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

Sep 13, 2023 - 09:59
 0  3
ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ। ଆଜିଠାରୁ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି। ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ। ଆଜିଠାରୁ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି। ଫଳରେ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯିବ ବୋଲି ଆଶଙ୍କା କରାଯାଉଛି।୩ ଦଫା ଦାବି ପୂରଣ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ଜାରି ରଖିଛି। ଠିକା ଅବଧିକୁ ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ଦାବି ହୋଇଛି। ଏହାସହ ଯୁକ୍ତ ଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନ୍‌ସନ୍‌ ପୁନଃ ପ୍ରଚଳନ ନିମନ୍ତେ ଆନ୍ଦୋଳନ ଚଳାଇଛନ୍ତି ପ୍ରାଥମିକ ଶିକ୍ଷକ।
 ସୂଚନା ମୁତାବକ ୫ ଦିନର ଆନ୍ଦୋଳନ ପରେ ମଧ୍ୟ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏଣୁ ବୁଧବାରଠାରୁ ଚୂଡ଼ାନ୍ତ ଲଢ଼ାଇ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ସଜବାଜ ଚଳାଇଛନ୍ତି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେ‌ଡେରେସନ ବ୍ୟାନରରେ ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ମିଳିତ ଭାବେ ସରକାରଙ୍କ ବିରୋଧରେ ଲଢ଼େଇ ଡାକରା ଦେଇଛନ୍ତି। ଭୁବନେଶ୍ବରସ୍ଥିତ ଶିକ୍ଷକ ଭବନରେ ଆଜି ବସିଥିବା ଷ୍ଟିୟରିଂ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ୧୩ ତାରିଖଠାରୁ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ରହିବେ। କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ। ସମସ୍ତ ଶିକ୍ଷକ ସଙ୍ଗଠନର ୩ଜଣ ଶୀର୍ଷ ନେତୃତ୍ବ ଭୁବନେଶ୍ବରରେ ରହି ଆନ୍ଦୋଳନ ପରିଚାଳନା ଓ ସଫଳତା ଦିଗରେ କାର୍ଯ୍ୟ କରିବେ। ଫେଡେରେସନ୍‌ ପ୍ୟାଡ୍‌ ବ୍ୟତୀତ ଅନ୍ୟ କୌଣସି ସଙ୍ଗଠନ ନିଜ ପ୍ୟାଡ୍‌ ବ୍ୟବହାର କରିପାରିବେ ନାହିଁ। ଫେସ୍‌ବୁକ୍‌, ହ୍ବାଟସପ୍‌ ଓ ଅନ୍ୟ କୌଣସି ସାମାଜିକ ଗଣମାଧ୍ୟମରେ କାହା ବିରୋଧରେ ଅଶାଳୀନ ମନ୍ତବ୍ୟ କିମ୍ବା ଆନ୍ଦୋଳନ ବାଧାପ୍ରାପ୍ତ ହେବା ଭଳି ମନ୍ତବ୍ୟ ଦେବେ ନାହିଁ। ଯେଉଁ ସଙ୍ଗଠନର ସଦସ୍ୟ ଖରାପ ମନ୍ତବ୍ୟ ଦେବେ ସେମାନଙ୍କୁ ସଙ୍ଗଠନରୁ ସାମୂହିକତାରୁ ବାଦ୍‌ ଦିଆଯିବ। ଶିକ୍ଷକ ଶିକ୍ଷୟିତ୍ରୀ ନିଜ ବ୍ଲକ ଓ ଜିଲ୍ଲା ନେତୃତ୍ବଙ୍କ ସହ ଯୋଗାଯୋଗ କରି ସମସ୍ତ କାର୍ଯ୍ୟପନ୍ଥା ବୁଝିବେ ଓ ଆନ୍ଦୋଳନକୁ ଆଗେଇ ନେବେ। ରାଜ୍ୟ ସରକାରଙ୍କ ବିରୋଧରେ କେହି ଅଶାଳୀନ ମନ୍ତବ୍ୟ ପ୍ରଦାନ ନ କରିବାକୁ ବୈଠକରେ ସ‌ର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.