ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ସହିଦ୍ ହୋଇଗଲା କୁକୁର ‘କେଣ୍ଟ୍’

Sep 13, 2023 - 10:05
 0  4
ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ସହିଦ୍ ହୋଇଗଲା କୁକୁର ‘କେଣ୍ଟ୍’

ଜବାନଙ୍କ ଜୀବନ ବଞ୍ଚାଇ ନିଜେ ସହିଦ ହୋଇଗଲା କୁକୁର । ଜମ୍ମୁକାଶ୍ମୀର ରଜୋରୀ ଜିଲ୍ଲାର ଏକ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ଖବର ମିଳିବା ପରେ ଗତକାଲି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲେ । ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ ଆତଙ୍କବାଦୀ । ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ଅନ୍ୟ ୩ଜଣ ଯବାନ ଆହତ ହୋଇଛନ୍ତି । ସବୁଠୁ ଦୁଃଖଦ କଥା ଏହି ଅପରେସନରେ ସାମିଲ ଥିବା ଏକ କୁକୁର ‘କେଣ୍ଟି’ ସହିଦ ହୋଇଯାଇଛି । ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ନିଜେ ସହିଦ୍ ହୋଇଯାଇଛି ।

ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂଙ୍କ କହିବା ଅନୁସାରେ, ନରଲା ଗାଁରେ କିଛି ଆତଙ୍କବାଦୀ ଲୁଚିଥିବାର ଖବର ମିଳିଥିଲା । ଖବର ମିଳିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ୍ ସମୟରେ କିଛି ସଂଦିଗ୍ଧ ଲୋକଙ୍କ ଉପରେ ସେନା ଫାଏରିଂ କରିଥିଲା । କିନ୍ତୁ ସେମାନେ ଖସିଯିବାରେ ସଫଳ ହୋଇଥିଲେ । ଘଞ୍ଚ ଜଙ୍ଗଲର ସାହାରା ନେଇ ଆତଙ୍କବାଦୀମାନେ ଲୁଚି ରହିଥିଲେ । ପରେ ସେହି ଅଞ୍ଚଳକୁ ଘେରାବନ୍ଦି କରାଯିବା ସହ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ୨୧ଟି ଡଗ୍ ୟୁନିଟିକୁ ଏହି ସର୍ଚ୍ଚ ଅପରେସନରେ ସାମିଲ କରାଯାଇଥିଲା । ଏହି ସର୍ଚ୍ଚ ଅପରେସନରେ ଗୋଟିଏ ୟୁନିଟ୍ ସେନାଙ୍କ ନେତୃତ୍ୱ ନେଇଥିଲା ଏହି କୁକୁର କେଣ୍ଟ୍ । ଆତଙ୍କବାଦୀଙ୍କ ପିଛା କରିବା ସମୟରେ ଅଚାନକ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଏହି ଗୁଳିବିନିମୟରେ କେଣ୍ଟ୍ ତାଙ୍କ ହ୍ୟାଣ୍ଡେଲର୍ ଏବଂ ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ନିଜେ ସହିଦ୍ ହୋଇଯାଇଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.