ନୟାପଲ୍ଲୀ ନୂଆସାହିିରେ ଶୋଭା ପାଇବ ୫୧ ଫୁଟର ଶ୍ରୀ ଗଣେଶ ପ୍ରତିମା

Sep 14, 2023 - 12:33
Sep 14, 2023 - 12:38
 0  10
ନୟାପଲ୍ଲୀ ନୂଆସାହିିରେ ଶୋଭା ପାଇବ  ୫୧ ଫୁଟର ଶ୍ରୀ ଗଣେଶ ପ୍ରତିମା
ନୟାପଲ୍ଲୀ ନୂଆସାହିିରେ ଶୋଭା ପାଇବ  ୫୧ ଫୁଟର ଶ୍ରୀ ଗଣେଶ ପ୍ରତିମା
ଚଳିତ ବର୍ଷ ଗଣେଷ ପୂଜା ବା ଗଣେଷ ଚତୁର୍ଥୀ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଗଣେଷ ପୂଜାକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିବା ପାଇଁ
ଲାଗି ପଡିଛନ୍ତି ବିଭିନ୍ନ ସଙ୍ଗଠନ। ଏହି ଅବସରରେ ନୟାପଲ୍ଲୀ, ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦର ସଦସ୍ୟମାନେ ଯୋଜନା କରିଛନ୍ତି।ଗଣେଶ ମହାପ୍ରଭୁଙ୍କ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହେବ। ତିଆରି ଚାଲିଛି ୫୧ ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀ ଗଣେଶଙ୍କ ପ୍ରତିମା। ଓଡ଼ିଶା ଓ କଲିକତାର କାରୀଗରମାନେ ଦୀର୍ଘ ୨୧ଦିନ ଧରି ଶ୍ରୀ ଗଣେଶଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଲାଗିଛନ୍ତି ଏବଂ ପ୍ରତିମାରେ ରାସାୟନିକ ପଦାର୍ଥ ବ୍ୟବହାର କରାଯିବ ନାହିଁ ବୋଲି ସ୍ଥିର କରାଯାଇଛି । ପୂଜାରେ ଶ୍ରୀଗଣେଶଙ୍କୁ ୫୧ କିଲୋଗ୍ରାମ ଲଡୁ ଭୋଗ ଲାଗିହେବା। ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିବ ବୋଲି ବ୍ୟବସ୍ଥା କରାଯାଉଛି। ଗୁରୁବାର ଦିନ ପୂଜାର ପୂର୍ଣ୍ଣାହୂତି ଅନୁଷ୍ଠିତ ହେବା ସହ ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ୍ୱ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ନିମନ୍ତେ ସୁବ୍ୟବସ୍ଥା କରାଯାଇଛି। 
୨୦୨୨ ମସିହା ନୟାପଲ୍ଲୀ, ନୂଆସାହି ଶ୍ରୀ ଗଣେଷ ମହୋତ୍ସବ ସାରା ରାଜ୍ୟରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା ଏବଂ ତା’ ସହିତ ଭାଇଚାରାର ବାର୍ତ୍ତା ଦେଇଥିଲା । ସେହି ସଫଳତା ପରେ ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟ ଚଳିତ ବର୍ଷ ପୂଜା କିପରି ଭାବେ ଏକ ନୂଆ ପରିଚୟ ସୃଷ୍ଟି କରିବ ସେଥିପ୍ରତି ବହୁ ଆଲୋଚନା ପରେ ପୁରୁଣା ଭୁବନେଶ୍ୱରର ମୂର୍ତ୍ତି କାରୀଗରଙ୍କ ମୂଖ୍ୟ ଅରୁ ମହାପାତ୍ରଙ୍କ ସହ ବିଚାର ବିମର୍ଷ କରି ୨୧ ଦିନରେ ୫୧ ଫୁଟର ଗଣେଷ ପ୍ରତିମା ତିଆରି କରିବା ପାଇଁ ଏକ ବଡ଼ ନିଷ୍ପତି ହୋଇଥିଲା । ଚଳିତ ବର୍ଷ ରାଜ୍ୟ ଏବଂ ପଡ଼ୋଶୀ ରାଜ୍ୟର ୩୦ ଜଣ ବିଶିଷ୍ଟ ଶିଳ୍ପୀ ମିଳିତ ଭାବେ ଏକ ପରିବେଶଭିିକ ମୂର୍ତ୍ତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଯାହା ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ଏହି ପୂଜା ମହୋତ୍ସବକୁ ଲୋକଭିମୁଖୀ କରିବା ପାଇଁ ୫୦-୬୦ ଜଣ ବିଭିନ୍ନ ଜିଲ୍ଲାରୁ ଆସିଥିବା ଓଡ଼ିଆ ଶିଳ୍ପୀ ତୋରଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ୬୫ ଫୁଟ ଲମ୍ବା ଏବଂ ୪୦ ଫୁଟ ଚଉଡ଼ା ବିଶିଷ୍ଟ ଏକ କାଳ୍ପନିକ ରାଜପ୍ରସାଦ ତୋରଣ ଶ୍ରଦ୍ଧାଳୁଙ୍କର ବିଶେଷ ମନମୋହିବ ବୋଲି ଆମର ଆଶା ଓ ବିଶ୍ୱାସ । ତା’ ସହିତ ନୂଆସାହି ଅଂଚଳର ସମସ୍ତ ଲେନ୍‌କୁ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରାଯିବ । ଏହା ସହିତ ନୂଆସାହିର ମୁଖ୍ୟ ରାସ୍ତାରେ ୧ ଗୋଟି ସୁ-ଉଚ୍ଚ ଲାଇଟ୍ ଗେଟ୍ ଏବଂ ୨୦ଟି ଛୋଟ ଲାଇଟ୍ ଗେଟ୍ ଆକର୍ଷଣୀୟର ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ। ଚଳିତ ବର୍ଷ ଦର୍ଶକଙ୍କ ମନୋରଞ୍ଜନ ପାଇଁ ୧୧ ଦିନ ଧରି ଏହି ପୂଜା ମହୋତ୍ସବରେ ପୂଜାର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଭଜନ ସମାରୋହ, ପ୍ରବଚନ, ଷ୍ଟାର ନାଇଟ୍‌, ପ୍ରତିଭା ଅନ୍ୱେଷଣ କୁନି କୁନି ପିଲାଙ୍କ ଡ୍ୟାନ୍ସ ପ୍ରୋଗ୍ରାମ ଓ ମେଲୋଡ଼ି କାର୍ଯ୍ୟକ୍ରମ କରାଯିବ ।
ଏହା ସହିତ ଭୁବନେଶ୍ୱରର ୪୦୦ ଜଣ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ। ବର୍ଷ ପୂଜାକୁ ଆକର୍ଷଣୀୟ କରିବା ପାଇଁ ପ୍ରାୟ ୨୨-୨୩ ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ହୋଇଛି ଯାହାକୁ ଅନୁଷ୍ଠାନର ସଦସ୍ୟବୃନ୍ଦ, ଅଂଚଳବାସୀ ଏବଂ ଅନୁଷ୍ଠାନର ଶୁଭେଚ୍ଛବୃନ୍ଦଙ୍କ ସହାୟତାରେ ଏସବୁ କାର୍ଯ୍ୟକ୍ରମ ହୋଇପାରିଛି । ପୂଜାର ସୁରକ୍ଷା କୁ ଗୁରୁତ୍ବ ଦିଆଯାଇଛି ଶ୍ରଦ୍ଧାଳୁଙ୍କ ଆଗମନକୁ ନଜରରେ ରଖି ପୋଲିସ ପ୍ରଶାସନ, ଟ୍ରାଫିକ ପୋଲିସ, ଅଗ୍ନିଶମ ବିଭାଗ, ମେଡ଼ିକାଲ ବ୍ୟବସ୍ଥା, ସିକ୍ୟୁରିଟି ବ୍ୟବସ୍ଥା, ପିଇବା ପାଣି, ସୂଚନା କେନ୍ଦ୍ର, ୨୦ଟି ସିସି ଟିଭି ଲଗାଇଯାଇଛି ଏବଂ ୩୦୦ ଜଣ ସ୍ୱେଚ୍ଛାସେବୀମାନଙ୍କୁ ନେଇ ପୂଜାର ସୁରକ୍ଷା ବ୍ୟବସ୍ଥା ନିମନ୍ତେ ବନ୍ଦୋବସ୍ତ କରାଯାଇଛି । ଭଷାଣୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବ ସେହି  ସନ୍ଧ୍ୟା ୫ଘଟିକା ସମୟରେ ମେଲୋଡ଼ି ଏବଂ ପାରମ୍ପରିକ ବାଦ୍ୟ ସହିତ ପୁଜା ମଣ୍ଡପରେ ୱାଟର ସ୍ପ୍ରେ ମାଧ୍ୟମରେ ମୂର୍ତ୍ତି  ବିସର୍ଜନର କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି। ଏନେଇ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବଡ଼ଜେନା, ଗଣମାଧ୍ୟମ ସଂଯୋଜକ ଦେବବ୍ରତ ମହାନ୍ତି  ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି। ଶୁଭେନ୍ଦୁ ନାୟକ, ସାଗର ବଳବନ୍ତରାୟ, ସୁପ୍ରଭାତ ପ୍ରଧାନ, ସୁମନ୍ତ ସାମନ୍ତରାୟ, ସନ୍ଦିପ ବଳ, ସିତୁ ବଳବନ୍ତରାୟ, ସନ୍ତୋଷ ସାହୁ ଏବଂ ବିଶ୍ୱଜିତ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। 

ପୂଜାର ମୁଖ୍ୟ ଆକର୍ଷଣ :-
୧) ୫୧ ଫୁଟ ଉଚ୍ଚଚା ବିଶିଷ୍ଟ ଶ୍ରୀ ଗଣେଶ ପ୍ରତିମାଙ୍କ ସହିତ ୯ ପୁଟର ମୂଷକ ଏବଂ ୫୧ କେଜି ଲଡୁ ଭୋଗ ।
୨) ୬୫ ଫୁଟ ଉଚ୍ଚତା ବିଶିଷ୍ଟ ରାଜପ୍ରସାଦ ତୋରଣ ।
୩) ୧୧ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମୀନା ବଜାର ।
୪)  ୧୦,୦୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନପ୍ରସାଦର ବ୍ୟବସ୍ଥା ।
୫) ୪୦୦ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.