ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଉପସ୍ଥିତିରେ ହେଲା ଉଚ୍ଚସ୍ତରୀୟ ବୈଠକ

Sep 14, 2023 - 11:32
 0  2
ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଉପସ୍ଥିତିରେ ହେଲା ଉଚ୍ଚସ୍ତରୀୟ ବୈଠକ

ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ଜାରି। ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଥିବା ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ସାମିଲ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ହେଉଛି ବିଭାଗୱାରୀ ସମୀକ୍ଷା । କେଉଁ ବିଭାଗ କେତେ ପ୍ରତିଶତ କାମ କରିଛନ୍ତି, ୫-ଟି ସଚିବଙ୍କ ଜନଶୁଣାଣି ସମୟରେ ଆସିଥିବା ଅଭିଯୋଗର କେତେ ସମାଧାନ ହୋଇଛି ଓ ଆଉ କେତେ ବାକି ଅଛି ତାହାର ଅନୁଧ୍ୟାନ କରାଯାଉଛି । ଏହା ସହ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହେଉଥିବା ସୂଚନା ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.