ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି

US President will visit India

Aug 23, 2023 - 16:46
 0  4
ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି

ଆସନ୍ତା ସେପ୍ଟେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜର ପ୍ରଥମ ଭାରତ ଗସ୍ତରେ ଆସୁଛନ୍ତି । ସେ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀରେ ଆସିବେ। ସେପ୍ଟେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ବାଇଡେନଙ୍କ ଭାରତ ଗସ୍ତ ହେବ। କୂଟନୈତିକ ଦୃଷ୍ଟିକୋଣରୁ ଏହି ଗସ୍ତକୁ ଗୁରୁତ୍ବ ଦିଆଯାଉଛି। ଜୋ ବାଇଡେନଙ୍କ ଗସ୍ତ ଭାରତ ପାଇଁ ଏକ ଭଲ ସୁଯୋଗ । କାରଣ ଗୋଟିଏ ପଟେ ଚୀନ ସହ ଭାରତର ତୀକ୍ତତା ଦିନକୁ ଦିନ ବଢିଚାଲିଛି । ଏହି କାରଣରୁ ଆମେରିକାର ସମର୍ଥନ ଭାରତ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ପୁଣି ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଚୀନର ବଢିଚାଲିଥିବା ଆଧିପତ୍ୟର ମୁକାବିଲା ପାଇଁ ଭାରତ ପରି ସହଯୋଗୀ ମଧ୍ୟ ଆମେରିକା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଅନ୍ୟପକ୍ଷରେ ବିଶ୍ବର ଭୂ-ରାଜନୈତିକ ସ୍ଥିତି ଏବେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି । ରୁଷ-ୟୁକ୍ରେନ ଯୋଗୁଁ ଆମେରିକା ସମେତ ସମଗ୍ର ପାଶ୍ଚାତ୍ୟଜଗତ ରୁଷ ବିରୋଧରେ ଅଛନ୍ତି । କିନ୍ତୁ ରୁଷ ପରି ପାରମ୍ପାରିକ ବନ୍ଧୁରାଷ୍ଟ୍ର ବିରୋଧରେ ଭାରତ ଯାଇପାରୁନାହିଁ । ଏଣୁ ଏଦୃଷ୍ଟିରୁ ମଧ୍ୟ ବାଇଡେନଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ସେପଟେ ବାଇଡେନଙ୍କ ଭାରତ ଗସ୍ତ ଉପରେ ଚୀନ ଓ ରୁଷ ନଜର ରଖିବେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.