ବିଶାଖାପାଟଣା ରୋଗୀ ସହାୟତା କେନ୍ଦ୍ରର ଅବଧି ବୃଦ୍ଧି

ରାଜ୍ୟ ସରକାର ବିଶାଖାପାଟଣା ସ୍ଥିତ ରୋଗୀ ସହାୟତା କେନ୍ଦ୍ରର ଅବଧି ଆଉ ବର୍ଷେ (୨୦୨୩-୨୪ ପର୍ଯ୍ୟନ୍ତ) ବୃଦ୍ଧି କରିଛନ୍ତି ।

Jun 6, 2023 - 07:21
 0  240
ବିଶାଖାପାଟଣା ରୋଗୀ ସହାୟତା କେନ୍ଦ୍ରର ଅବଧି ବୃଦ୍ଧି

ରାଜ୍ୟ ସରକାର ବିଶାଖାପାଟଣା ସ୍ଥିତ ରୋଗୀ ସହାୟତା କେନ୍ଦ୍ରର ଅବଧି ଆଉ ବର୍ଷେ (୨୦୨୩-୨୪ ପର୍ଯ୍ୟନ୍ତ) ବୃଦ୍ଧି କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଫଳରେ ମାଲକାନଗିରିରୁ ବିଶାଖାପାଟଣାକୁ ଯାଉଥିବା ଗରିବ, ଆଦିବାସୀଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଜାରି ରହିବ । ରୋଗୀ ସହାୟତା କେନ୍ଦ୍ରରେ ସମସ୍ତ ରୋଗୀଙ୍କୁ ବିନା ମୂଲ୍ୟରେ ରହିବା ଓ ଖାଇବାର ସୁବିଧା ମିଳିପାରୁଛି । ୨୦୧୬ ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ଏହି ସହାୟତା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ୨୦୧୬ରେ ୨୫ ଲକ୍ଷ ଟଙ୍କା ଏବଂ ୨୦୨୦, ୨୦୨୧ ଓ ୨୦୨୨ରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି ।

What's Your Reaction?

like

dislike

love

funny

angry

sad

wow