ସମ୍ବଲପୁରରେ ପାଞ୍ଚ ଡେଙ୍ଗୁ ରୋଗୀ ଚିହ୍ନଟ

Aug 9, 2023 - 08:01
Aug 10, 2023 - 08:02
 0  3
ସମ୍ବଲପୁରରେ ପାଞ୍ଚ ଡେଙ୍ଗୁ ରୋଗୀ ଚିହ୍ନଟ
ସମ୍ବଲପୁରରେ ପାଞ୍ଚ ଡେଙ୍ଗୁ ରୋଗୀ ଚିହ୍ନଟ

ସମ୍ବଲପୁରରେ ପାଞ୍ଚ ଡେଙ୍ଗୁ ରୋଗୀ ଚିହ୍ନଟ
ସମ୍ବଲପୁର ଜିଲ୍ଲାରେ ପାଞ୍ଚ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଟେଷ୍ଟିଂ ବଢ଼ିଲେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବା ପାଇଁ ସମ୍ବଲପୁରବାସୀ ମହାନଗର ନିଗମକୁ ଦାୟୀ କରିଛନ୍ତି । ସଫେଇ ହେଉନଥିବାରୁ ଆବର୍ଜନା ପଡ଼ିରହୁଛି । ସଚେତନତା ଅଭିଯାନ ହେଉନାହିଁ । ସମ୍ବଲପୁର ସହରାଞ୍ଚଳରୁ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ତିନି ଜଣ ବୁର୍ଲା ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଜଣ ଘରେ ଚିକିତ୍ସିତ ହେଉଛନ୍ତି । ଯେଉଁ ଅଞ୍ଚଳରେ ରୋଗୀ ଚିହ୍ନଟ ହୋଇଛନ୍ତି ସେଠାରେ ଟେଷ୍ଟିଂ ବଢିଲେ ରୋଗୀ ସଂଖ୍ୟା ବଢିପାରେ ବୋଲି ଡାକ୍ତର କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow