ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା, ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ

Sep 11, 2023 - 21:02
 0  6
ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା, ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ

ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଅଦ୍ୟ ସୋମବାର ଦିନ ଅପରାହ୍ନ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ସମସ୍ତ ପଦାଧିକାରୀମାନଙ୍କ ଉପସ୍ଥିତିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରାଯାଇଅଛି ।

ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଉପସ୍ଥାପିତ ଦାବି ସମ୍ପର୍କରେ ଆଲୋଚନା ପୂର୍ବକ ଏକ ପାଞ୍ଚ ଜଣିଆ ସବ୍‌-କମିଟି ଗଠନ କରାଯାଇ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦ୍ୱାରା ଉପସ୍ଥାପିତ ଦାବିଗୁଡିକର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ, ସବ୍‌ କମିଟିର ତର୍ଜମାକୁ ଆଧାର କରି, ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ବିଧିବ୍ୟବସ୍ଥା ଅନୁଯାୟୀ ଦାବିଗୁଡିକ ଉପସ୍ଥାପନ କରାଯିବାର ସିଦ୍ଧାନ୍ତ ଗ୍ରହଣ କରାଗଲା।

ଏହି ପରିପ୍ରେକ୍ଷୀରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆହୂତ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ସଂଘର କର୍ମକର୍ତ୍ତାଙ୍କୁ ଅନୁରୋଧ କରାଗଲା । 

What's Your Reaction?

like

dislike

love

funny

angry

sad

wow