ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତlମାଳା- ୩ ଆୟୋଜିତ

Sep 3, 2023 - 19:17
 0  32
ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତlମାଳା- ୩ ଆୟୋଜିତ
ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତlମାଳା- ୩ ଆୟୋଜିତ

ଭୁବନେଶ୍ୱର:  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକ ପାଠିକା ମାନଙ୍କ ସକାଶେ ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହାଉପରେ ଏକ ପ୍ରେରଣା ଦାୟକ ବକ୍ତୃତାର ଆୟୋଜନ କରାଯାଇଥିଲା |

ଏହି ଅବସରରେ ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପାଠକ ପାଠିକା ମାନେ କିପରି ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ,ସେ ବିଷୟରେ ଉଦବୋଧନ ଦେଇଥିଲେ |

ମୁଖ୍ୟ ବକ୍ତା ଭାବେ ପ୍ରସନ୍ନ କୁମାର ସ୍ବାଇଁ,ଉପକୁଳପତି, ଓଡ଼ିଶା ସଂସ୍କୃତି ବିଶ୍ଵ ବିଦ୍ୟାଳୟ ପାଠକ ପାଠିକା ମାନଙ୍କୁ ନିଜ ସମୟର ସଦୁପଯୋଗ କରି ଭବିଷ୍ୟତ ଗଠନ କରିବା ସହିତ ନିଜ ଭିତରେ କିପରି ଆତ୍ମ ବିଶ୍ୱାସ ଜନ୍ମାଇ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରିବେ, ସେଥିପାଇଁ ପ୍ରେରଣା ପ୍ରଦାନ କରିଥିଲେ।

ଅତସୀ ଦାସ, ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

What's Your Reaction?

like

dislike

love

funny

angry

sad

wow