ଓଟିଡିସି ଓଡ଼ିଆ ରେଷ୍ଟୁରାଣ୍ଟ 'ନିମନ୍ତ୍ରଣ'ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

Sep 3, 2023 - 21:35
 0  8
ଓଟିଡିସି ଓଡ଼ିଆ ରେଷ୍ଟୁରାଣ୍ଟ 'ନିମନ୍ତ୍ରଣ'ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ
ଓଟିଡିସି ଓଡ଼ିଆ ରେଷ୍ଟୁରାଣ୍ଟ 'ନିମନ୍ତ୍ରଣ'ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ଓଡ଼ିଆ ରୋଷେଇ ଉତ୍କର୍ଷତାର ପ୍ରତୀକ 'ନିମନ୍ତ୍ରଣ' ରେଷ୍ଟୁରାଣ୍ଟର ଦ୍ୱିତୀୟ ବାର୍ଷିକ ଉତ୍ସବ ଆଜି ଓଟିଡିସି ଅଧ୍ୟକ୍ଷ ଡ. ଲେନିନ ମହାନ୍ତିଙ୍କ ଉପସ୍ଥିତିରେ ଜନପଥ, ଭୁବନେଶ୍ୱର ସ୍ଥିତ ଆଉଟଲେଟ୍ ଠାରେ ପାଳିତ ହୋଇଯାଇଛି । ବିଗତ ଦୁଇ ବର୍ଷ ଧରି ନିମନ୍ତ୍ରଣ ଓଡ଼ିଶାର ସମୃଦ୍ଧ ଓ ବିବିଧ ସ୍ୱାଦକୁ ନେଇ ଏକ ଅନନ୍ୟ ରୋଷେଇ ସ୍ଥାନ ପାଲଟିଛି ।

 ୨୦୨୧ ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟନ ହେବା ପରଠାରୁ 'ନିମନ୍ତ୍ରଣ' ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ ଓଡ଼ିଶାର ରୋଷେଇ ଐତିହ୍ୟକୁ ପ୍ରଦର୍ଶିତ କରିବା ସହ ଉତ୍ସାହ ଓ ପ୍ରାମାଣିକତା ସହିତ ପ୍ରସ୍ତୁତ ପାରମ୍ପରିକ ବ୍ୟଞ୍ଜନର ଏକ ମନୋରମ ଶୃଙ୍ଖଳା ପ୍ରଦାନ କରୁଛି । ସୁସ୍ୱାଦୁ ପଖାଳଠାରୁ ଆରମ୍ଭ କରି ଉତ୍କୃଷ୍ଟ ଡାଲମା ପର୍ଯ୍ୟନ୍ତ ନିମନ୍ତ୍ରଣର ମେନୁ ଓଡ଼ିଆ ଖାଦ୍ୟର ପ୍ରକୃତ ପରିଚୟ ପାଲଟିଛି ।

ଆମ ଯାତ୍ରାରେ ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଁଚିଥିବାରୁ ଆମେ ଆନନ୍ଦିତ । ଓଡ଼ିଆ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଆମର ପ୍ରତିବଦ୍ଧତା ଅତୁଟ ରହିଛି ଏବଂ ଆମର ପୃଷ୍ଠପୋଷକମାନଙ୍କଠାରୁ ଆମକୁ ଯେଉଁ ଭଲପାଇବା ଓ ସମର୍ଥନ ମିଳିଛି, ସେଥିପାଇଁ ଆମେ କୃତଜ୍ଞ ବୋଲି ଓଟିଡିସି ଅଧ୍ୟକ୍ଷ ଡଃ. ଲେନିନ ମହାନ୍ତି ଏହି ଅବସରରେ ପ୍ରକାଶ କରିଛନ୍ତି ।  

ଏହି ପରିପ୍ରେକ୍ଷୀରେ ଓଟିଡିସିର ଅଧିକାରୀ ଓ କର୍ମଚାରୀଙ୍କ ସହ ରେଷ୍ଟୁରାଣ୍ଟକୁ ଆସୁଥିବା ଅତିଥିଙ୍କ ଉପସ୍ଥିତିରେ କେକ୍ କଟାଯାଇଥିଲା । ଡିଭିଜନାଲ ମ୍ୟାନେଜର (ଫାଇନାନ୍ସ) ଅଭିଜିତ ସ୍ୱାଇଁ, ଡିଭିଜନାଲ ମ୍ୟାନେଜର (ମାର୍କେଟିଂ) ପ୍ରଶାନ୍ତ ପଣ୍ଡା, ଡିଭିଜନାଲ ମ୍ୟାନେଜର (କାର୍ମିକ) ଡ. ଆଲୋକ ମିଶ୍ର, ଡିଭିଜନାଲ ମ୍ୟାନେଜର (ପରିବହନ) ରଞ୍ଜନ ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ ସୁନୀଲ ବେହେରା, ନିମନ୍ତ୍ରଣର କାର୍ଯ୍ୟନିର୍ବାହୀ ସେଫ୍ ସଞ୍ଜୟ ସରକାର, ମ୍ୟାନେଜର,ନିମନ୍ତ୍ରଣ ଭୁବନେଶ୍ୱର ଚିତ୍ତରଞ୍ଜନ ମଲ୍ଲିକଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ନିମନ୍ତ୍ରଣ ରେଷ୍ଟୁରାଣ୍ଟ କେବଳ ଏକ ରୋଷେଇସ୍ଥଳୀ ନୁହେଁ ବରଂ ଏହା ସୁସ୍ୱାଦୁ ଖାଦ୍ୟ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଇତିହାସ ଏବଂ ପରମ୍ପରାକୁ ବାଣ୍ଟିବା ଦ୍ୱାରା ସାଂସ୍କୃତିକ ରାଷ୍ଟ୍ରଦୂତ ମଧ୍ୟ ହୋଇଛି ।

ରେଷ୍ଟୁରାଣ୍ଟର ଉତ୍ସାହପ୍ରଦ ପରିବେଶ ଏବଂ ଧ୍ୟାନପୂର୍ବକ ସେବା ଏହାକୁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରିୟ ସମାଗମ ସ୍ଥଳରେ ପରିଣତ କରିବା ସଙ୍ଗେ ସଙ୍ଗେ ଏହାକୁ ଓଟିଡିସିର ସବୁଠାରୁ ଲାଭଦାୟକ ଉଦ୍ୟୋଗରେ ପରିଣତ କରିଛି । ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଆହୁରି ଅନେକ ବର୍ଷ ଧରି ପ୍ରକୃତ ଓଡିଆ ଖାଦ୍ୟ ପରିବେଷଣ କରିବା ସହ ଭୁବନେଶ୍ୱରର ହୃଦୟରେ ରୋଷେଇର ଉତ୍କୃଷ୍ଟତାର ପ୍ରତୀକ ହେବ ବୋଲି ଆଶା ରଖିଛି । 

       

What's Your Reaction?

like

dislike

love

funny

angry

sad

wow