ଘରୋଇ ଓଡିଆ ମାଧ୍ୟମ ସ୍କୁଲ ପିଲାଙ୍କୁ ମାଗଣା ବହି

Aug 10, 2023 - 07:23
Aug 11, 2023 - 07:24
 0  5
ଘରୋଇ ଓଡିଆ ମାଧ୍ୟମ ସ୍କୁଲ ପିଲାଙ୍କୁ ମାଗଣା ବହି
ଘରୋଇ ଓଡିଆ ମାଧ୍ୟମ ସ୍କୁଲ ପିଲାଙ୍କୁ ମାଗଣା ବହି

ଘରୋଇ ଓଡିଆ ମାଧ୍ୟମ ସ୍କୁଲ ପିଲାଙ୍କୁ ମାଗଣା ବହି 
ରାଜ୍ୟର ବେସରକାରୀ ତଥା ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୫-ଟି ଉପକ୍ରମ ଅନ୍ତର୍ଗତ ଏହି ଯୋଜନା ରୂପାୟନ ହେବ । ୨୦୨୪-୨୫ ଶିକ୍ଷାବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବେ । ଏହାଦ୍ୱାରା ରାଜ୍ୟର ୩୬୨୦ ବେସରକାରୀ ତଥା ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।

What's Your Reaction?

like

dislike

love

funny

angry

sad

wow