ସମବାୟ ବିଭାଗର କୌଣସି ସଭା ସମତି ବା ଉତ୍ସବାଦିରେ ବୃକ୍ଷ ଚାରାରେ ଜଳଦାନ ସହିତ ଶୁଭାରମ୍ଭ କରାଯିବ

Aug 10, 2023 - 20:20
 0  9
ସମବାୟ ବିଭାଗର କୌଣସି ସଭା ସମତି ବା ଉତ୍ସବାଦିରେ ବୃକ୍ଷ ଚାରାରେ ଜଳଦାନ ସହିତ ଶୁଭାରମ୍ଭ କରାଯିବ
ଭୁବନେଶ୍ୱର,୧୦.୮: ଜଳବାୟୁ ପରିବର୍ତ୍ତନରୁ ପରିବେଶ ପ୍ରତି ସୃଷ୍ଟି ହୋଇଥ୍ଖବା ବିପଦକୁ ମୁକାବିଲା କରିବା ପାଇଁ ପ୍ରତିଟି ସ୍ତରରେ  ପ୍ରତିବଦ୍ଧତାର ସହ ପ୍ରୟାସ ଆରମ୍ଭ ସ୍ବରୂପ ସରକାରୀ ବିଭାଗରେ ଏକ ବୃକ୍ଷ ଚାରାରେ ଜଳଦାନ ସହ ସଭା ଓ ଉତ୍ସବର ଶୁଭାରମ୍ଭ ଭଳି ଅଭିନବ ପଦକ୍ଷେପ ନିଆଯାଇଛି I 

କୃଷି  ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରେ ଏହା କାର୍ଯ୍ୟକାରୀ ହେବା ପରେ  ସମବାୟ ବିଭାଗରେ କାର୍ଯ୍ୟକାରୀ କରିବାକୁ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ବିଭାଗର ସମସ୍ତ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି I

ପରିବେଶ ସୁରକ୍ଷା ପ୍ରତି ଆମର ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରି  ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏଭଳି ଏକ ପ୍ରୟାସ ନିମନ୍ତେ ସେ  ଅନୁରୋଧ କରିଛନ୍ତି । ଡଃ  ପାଢି ଚିଠିରେ ଲେଖିଛନ୍ତି ବିଭାଗ ତରଫରୁ  ହେଉଥିବା ସଭା ସମିତି,ମେଳା ଓ ମହୋତ୍ସବ ଆଦି କ୍ଷେତ୍ରରେ ପ୍ରାରମ୍ଭରେ କୁଣ୍ଡରେ ରଖାଯାଇଥିବା ଏକ ବୃକ୍ଷ ଚାରାରେ ଜଳଦାନ କରି ଏହାର ଶୁଭାରମ୍ଭ କରାଯାଉ ।

ବୃକ୍ଷ ଚାରାରେ ଜଳଦାନ ସହ ସଭା ବା ଉତ୍ସବ ଶୁଭାରମ୍ଭ ହେଲା ପରେ ଯେତେବେଳେ କାର୍ଯ୍ୟକ୍ରମ ଶେଷ  ହେଉଛି ସେତେବେଳେ ସେହି  ବୃକ୍ଷ ଚାରାଟିକୁ ବିଭାଗର ଯେକୌଣସି ସ୍ଥାନରେ ଲଗାଇ ଦେବାକୁ  ମଧ୍ୟ ସେ ଅନୁରୋଧ କରିଛନ୍ତି I ଏପରିକି ବିଭାଗରୁ ଅବସର ନେଉଥିବା  ଜଣେ କର୍ମଚାରୀଙ୍କ ଦ୍ବାରା  ଏହାକୁ ଲଗାଇବାକୁ ସେ କହିଛନ୍ତି ।

ପ୍ରମୁଖ ଶାସନ ସଚିବ ଡକ୍ଟର ପାଢୀ ଲେଖିଛନ୍ତି ଯେ, ଜଣେ ଅବସର ପାଇବାକୁ ଯାଉଥିବା ଅଧିକାରୀ ବା କର୍ମଚାରୀଙ୍କ ଦ୍ବାରା ଏହି ବୃକ୍ଷଚାରା ରୋପଣ କରାଗଲେ ସବୁଦିନେ ଏହା ସେହି ସାଥୀଙ୍କୁ ମନେ ପକାଇବ I  ଏକ ସ୍ମାରକ ବୃକ୍ଷ ଭାବେ ଏହା ରହିବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ହସ୍ତତନ୍ତ, ବୟନ ଏବଂ ହସ୍ତକଳା ବିଭାଗରେ ଏହା କାର‌୍ୟ୍ୟକାରୀ ହୋଇଛି ।

ଉଲ୍ଲେଖଥାଉ କି, ଡକ୍ଟର ପାଢୀ ବିଭିନ୍ନ କାର୍ଯ୍ୟାଳୟ ଓ ବିଭାଗର ଦାୟିତ୍ବରେ ଥିବା ବେଳେ ଏହିପରି ଅନେକ ଅଭିନବ ପଦକ୍ଷେପ ନେଇଥା’ନ୍ତି I  ପୂର୍ବରୁ କେନ୍ଦ୍ରାଞ୍ଚଳ ଆରଡିସି ଥିବା ବେଳେ  ସମସ୍ତ  ସରକାରୀ କାର୍ଯ୍ୟାଳୟରେ ରାଷ୍ଟ୍ରପିତା  ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ଲଗାଇବା ପାଇଁ ଅନୁରୋଧ କରିଥ୍ଖଲେ ।

ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ଥିବା ବେଳେ ରାଜ୍ୟର ବିଭିନ୍ନ  ସ୍ଥାନରେ  ଥ୍ଖବା ଛୋଟ ଛୋଟ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ପ୍ରଶାସନ ସହ ସମ୍ପର୍କକୁ ଆଣି ସେଗୁଡିକର ବିକାଶ ପାଇଁ ମଧ୍ୟ ପ୍ରୟାସ କରିଥିଲେ I  ହସ୍ତତନ୍ତ ବିଭାଗରେ ଅଧିକାରୀ ଓ କର୍ମଚାରୀମାନେ  ହସ୍ତତନ୍ତ ପୋଷାକ  ପିନ୍ଧିବା ଉପରେ ମଧ୍ୟ ସେ ଗୁରୁତ୍ବ ଦେଇଛନ୍ତି I ଏହିପରି ଅନେକ ଅଭିନବ  କାର୍ଯ୍ୟକ୍ରମ ସେ କରିଥା’ନ୍ତି ।

What's Your Reaction?

like

dislike

love

funny

angry

sad

wow