ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା-ବୋତଲ ମାଡ଼

Egg - bottle hit Gopalpur MLA

Aug 25, 2023 - 17:55
 0  5
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା-ବୋତଲ ମାଡ଼

5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ କରାଯାଇଛି। ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ କିଛି ଲୋକ ତାଙ୍କୁ ବିରୋଧ କରି  ପ୍ରଦୀପ  ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଥିଲେ। ବିଧାୟକ ଙ୍କ ଗାଡ଼ିକୁ ବିଜେଡି କର୍ମୀମାନେ ଅଣ୍ଡାମାଡ଼ କରିଥିବା ଜଣାପାଡିଛି। ଅଣ୍ଡାମାଡ଼ ସହ ପାଣି ବୋତଲ ମଧ୍ୟ ଗାଡ଼ି ଉପରକୁ ଫିଙ୍ଗିଛନ୍ତି ବିଜେଡି କର୍ମୀ। ବ୍ରହ୍ମପୁର ଯିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ବାଟରେ ଅଟକାଇ ଥିଲେ ବିଜେଡି କର୍ମୀ । ଲାଞ୍ଜିପଲି NH ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଏଭଳି ଜୋରଦାର ବିରୋଧ ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ପ୍ରବେଶ ବେଳେ ତାଙ୍କୁ ବିରୋଧ କରାଯାଇଛି। ଜାତୀୟ ରାଜପଥରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ` 5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି। ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ।। ଏହି ସମୟରେ ଲାଞ୍ଜିପଲ୍ଲୀ NH ନିକଟରେ ତାଙ୍କୁ ବିରୋଧ କରିଥିଲେ ବିଜେଡି କର୍ମୀ। ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ ବିଧାୟକ। ସେଠାରେ ବେଶ କିଛି ସମୟ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାର କିଛି ସମୟ ପରେ ବିଜେଡି କର୍ମୀ ତାଙ୍କ ଗାଡ଼ିକୁ ଅଣ୍ଡା ଓ ପାଣି ବୋତଲ ଆଦି ଫିଙ୍ଗିଛନ୍ତି ।
ତେବେ ବିଧାୟକ ପୂର୍ବରୁ ଏନେଇ ଆଶଙ୍କା କରିଥିଲେ । ଏହାସହ ପ୍ରେସ୍‌ କନ୍‌ଫରେନ୍ସ ଜରିଆରେ ଗତକାଲିଠାରୁ ସମସ୍ତଙ୍କୁ ସୂଚନା ଦେଇଥିଲେ। ସେ ସିଧା ସଳଖ କହିଥିଲେ ଯେ, ‘ମୋର ଗଞ୍ଜାମ ଗସ୍ତ ବେଳେ ବିଜେଡି କର୍ମୀଙ୍କ ଦ୍ୱାରା ମୋତେ ବିରୋଧ କରିବାର ଯୋଜନା କରାଯାଇଛି। ଏମିତିକି ମୋତେ ଆକ୍ରମଣ କରିବାର ପ୍ଲାନ୍‌ ମଧ୍ୟ ରହିଛି। ଏହାସହ ମୋତେ ଅଟକାଇବାକୁ ଚେଷ୍ଟା କରାଯିବ ବୋଲି ମଧ୍ୟ ପ୍ଲାନ୍‌ ରହିଛି । ମୋତେ ଗଞ୍ଜାମ ଯିବାକୁ ଦେବେ ନାହିଁ ବୋଲି ବିଜେଡି ବିଭିନ୍ନ ସ୍ଥାନରେ ନିଜ କର୍ମୀଙ୍କୁ ରଖି ବିରୋଧ କରିବାର ଯୋଜନା କରିଛି । ତେବେ ଗତକାଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯାହା ଯାହା କହିଥିଲେ ଠିକ୍‌ ସେହିଭଳି ଘଟଣା ଆଜି ଘଟିଛି । ବିଜେଡି ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । କିଛି ବିଜେଡି କର୍ମୀ ତାଙ୍କ କାର୍ ଆଗକୁ ଦୌଡ଼ି ଆସିବା ସହ ତାଙ୍କ କାର ଉପରେ ମଧ୍ୟ ଚଢ଼ି ଯାଇଥିଲେ । ସେଠାରେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ଉପୁଜିଥିଲା ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.