ଭୁବନେଶ୍ୱରରେ ଗୌହାଟି ମ୍ୟୁନିସିପାଲ କର୍ପୋରେସନ ପ୍ରତିନିଧି ଦଳ : ଗୋଷ୍ଠୀ ସଂଚାଳନ ଓ ପରିମଳର ସମାଧାନକୁ ଉଚ୍ଚ ପ୍ରଶଂସା 

Sep 11, 2023 - 20:18
 0  7
ଭୁବନେଶ୍ୱରରେ ଗୌହାଟି ମ୍ୟୁନିସିପାଲ କର୍ପୋରେସନ ପ୍ରତିନିଧି ଦଳ : ଗୋଷ୍ଠୀ ସଂଚାଳନ ଓ ପରିମଳର ସମାଧାନକୁ ଉଚ୍ଚ ପ୍ରଶଂସା 
ଭୁବନେଶ୍ୱରରେ ଗୌହାଟି ମ୍ୟୁନିସିପାଲ କର୍ପୋରେସନ ପ୍ରତିନିଧି ଦଳ : ଗୋଷ୍ଠୀ ସଂଚାଳନ ଓ ପରିମଳର ସମାଧାନକୁ ଉଚ୍ଚ ପ୍ରଶଂସା 
ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟ ପଦ୍ଧତି ଅନୁଧ୍ୟାନ କଲା ଗୌହାଟି ମ୍ୟୁନିସିପାଲ କର୍ପୋରେସନ(ଜିଏମ୍‌ସି)ର ୧୨ ଜଣିଆ ପ୍ରତିନିିଧି ଦଳ। ଜିଏମ୍‌ସିକୁ ବିଏମ୍‌ସି ଢାଂଚାରରେ ଗଢିବା ପାଇଁ ଆସାମର ରାଜଧାନୀ ଗୌହାଟି ମ୍ୟୁନିସିପାଲ କର୍ପୋରେସନର ଏକ ପ୍ରତିନିଧି ଦଳ ୫ ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। 

ସେମାନେ ଦୀର୍ଘ ଦୁଇ ଦିନ ଧରି ଭୁବନେଶ୍ୱର ବିଭିନ୍ନ ଅଂଚଳ ପରିଦର୍ଶନ କରିବା ପରେ ଆଜି ବିଏମ୍‌ସି ମୁଖ୍ୟାଳୟକୁ ଆସିଥିଲେ। ଏହି ଅବସରରେ ଜିଏମ୍‌ସିର ୯ ଜଣ କର୍ପୋରେଟରଙ୍କ ସହ ୨ ଜଣ ସହକାରୀ କମିଶନର ଓ ଜଣେ ସ୍ୱଚ୍ଛ ଅଫିସରଙ୍କୁ ବିଏମ୍‌ସି ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହିଉପଲକ୍ଷେ ଆୟୋଜିତ ପରିଦର୍ଶନ ଓ ଅଭିଜ୍ଞତା ବିନିମୟ ବୈଠକରେ ମେୟର ସୁଲୋଚନ ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଡକ୍ଟର ମନୋରଂଜନ ସାହୁ ପ୍ରମୁଖ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ପରେ ପ୍ରତିନିଧି ଦଳ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଏକ ଅଭିଜ୍ଞତା ବିନିମୟ ବୈଠକ।
 
ବିଏମ୍‌ସିର ବିଭିନ୍ନ କାର୍ଯ୍ୟ ପଦ୍ଧତି ଯଥା ମଳ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଗୋଷ୍ଠୀ ସହଭାଗିତା, ମହିଳା ସଶକ୍ତି କରଣ, ସହର ସୌନ୍ଦର୍ଯ୍ୟ କରଣ ଓ ପରିବେଶ ସୁରକ୍ଷା ଆଦି ବିଷୟରେ ଅନୁଧ୍ୟାନ କରିଛନ୍ତି। ଏଥିପାଇଁ ସେମାନେ ବାସୁଆଘାଇ ସ୍ଥିତ ଏଫ୍‌ଏସ୍‌ଟିପି, ଏସ୍‌ଟିପି ହାତିଆଶୁଣୀ ସ୍ଥିତ ସଂପଦ କେନ୍ଦ୍ର ଏବଂ ମୁକ୍ତା କାର୍ଯ୍ୟ ଇତ୍ୟାଦି ତନ୍ନତନ୍ନ କରି ଦେଖି ବୁଝିଛନ୍ତି। ଭୁବନେଶ୍ୱରର ସ୍ୱଚ୍ଛତା ଓ ସବୁଜୀମା ଦେଖି ସ୍ତମ୍ବିଭୁତ ହୋଇପଡିଥିବା କହିଥିଲେ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ତଥା ସହକାରୀ କମିଶନର ତ୍ରିଶାହୁ ବିପୁଲ ବରୁଅ।। ବର୍ଜ୍ୟସଂଗ୍ରହ କରିବା, ତାକୁ ଅଲଗା ଅଲଗା କରିବା, ବର୍ଜ୍ୟର ପ୍ରକ୍ରିୟା କରଣ ଇତ୍ୟାଦି କାର୍ଯ୍ୟ ପ୍ରଣାଳୀ କିପରି ଗୋଷ୍ଠୀ ସ୍ତରରେ ହେଉଛି ଏବଂ ଏହି ଗୋଷ୍ଠି ସଂଚାଳନ (କମ୍ୟୁନିଟ୍‌ ମୋବିଲାଇଜେସନ) ପ୍ରକ୍ରିୟାକୁ ବିଏମ୍‌ସି କିପରି ପରିଚାଳନା କରିପାରିଛି, ଉଚ୍ଚ ପ୍ରସଂଶାକରିଥିଲେ ପ୍ରତିନିଧି ଦଳ । 

ତେବେ କିପରି ଏବଂ କେଉଁ ପଦ୍ଧତି ଅବଲମ୍ବନ କରି ବିଏମ୍‌ସି ଏପରି ସ୍ୱଚ୍ଛତା ଓ ସବୁଜୀମା ରକ୍ଷା କରିପାରିଛି, ସେ ସଂପର୍କରେ ପ୍ରତିନିଧି ଦଳର ସଦସ୍ୟମାନେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କର ହାତଖୋଲା ସହାୟତା, ଟିମ୍‌ ବିଏମ୍‌ସିର ଅହୋରାତ୍ର ପରିଶ୍ରମ, କର୍ପୋରେଟର ମାନଙ୍କର ଉତରଦାୟୀତା ଏବଂ ଲୋକମାନଙ୍କର ସହଯୋଗ ଓ ଭାଗିଦାରୀତା ପାଇଁ ବିଏମ୍‌ସି ଆଜି ଏହି ସ୍ତରରେ ପହଂଚିଛି ବୋଲି କହିଥିଲେ ମେୟର। ପ୍ରତିନିଧିମାନଙ୍କର କେତେକ ପ୍ରଶ୍ନରଉତର ଦେଇ ସେ ଆହୁରି କହିଲେ ଯେ, ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁହେଲେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦରକାର। 

 ଏ ସବୁ ସମ୍ଭବ ହୋଇଛି ବିଏମ୍‌ସିର ଅଧିକାରୀ, କର୍ମଚାରୀ, ଲୋକ ପ୍ରତିନିଧି ଓ ଜନସାଧାରଣଙ୍କକଠୋର ପରିଶ୍ରଣ, ଉପଯୁକ୍ତ ସମନ୍ୱୟ ଓ ସହଯୋଗରେ ବୋଲି କହିଥିଲେ କମିଶନର ବିଜୟ ଅମୃତା କୁଲାଙ୍ଗେ।

ପ୍ରତ୍ୟେକ ଘରୁ କିପରି ବର୍ଜ୍ୟ ସଂଗ୍ରହ କରାଯାଉଛି, ସେଗୁଡିକୁ ଓଦା ଓ ଶୁଖିଲା ଅଲଗା ଅଲଗାକରିଲୋକମାନେ ଦେବା ପାଇଁକି ପ୍ରକାର ପଦକ୍ଷେପମାନ ନିଆଯାଇଛି, ପ୍ରତି ୱାର୍ଡରେ କାମ କରୁଥିବା ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର ପ୍ରମୁଖ କିପରି ଲୋକମାନଙ୍କୁ ସଚେତନ କରାଇବା ସହ ମୂଳରୁ ବର୍ଜ୍ୟଗୁଡିକୁ ଅଲଗା ଅଲଗାକରି ଦେଉଛନ୍ତି ଇତ୍ୟାଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରତ୍ୟେକ ପ୍ରଶ୍ନର ଉତର ଦେଇଥିଲେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ । 

ରାଜ୍ୟ ସରକାର ଏବେ ନେଇଥିବା ଐତିହାସିକ ନିଷ୍ପତି ତଥା ନିକଟରେ ବସ୍ତି ବାସିନ୍ଦାମାନଙ୍କୁ ଦିଆଯାଇଥିବା ଭୂମି ଅଧିକାର ସଂପର୍କରେ ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ ଏହି ପ୍ରତିନିଧି ଦଳକୁ ଅବଗତ କରାଇଥିଲେ । ବସ୍ତିବାସିନ୍ଦାମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଉଥିବା ସଂପର୍କରେ ଅବଗତ କରାଇଥିଲେ ।

What's Your Reaction?

like

dislike

love

funny

angry

sad

wow