"ଓଡ଼ିଶାରେ ଶିଖ୍ ଧର୍ମର ଇତିହାସ" ଶୀର୍ଷକ ପୁସ୍ତକକୁ ପ୍ରଶଂସା: ଏଥିରେ ଅଛି ଜଗନ୍ନାଥ ସଂସ୍କୃତି ଓ ଶିଖ୍ ଧର୍ମ ମଧ୍ୟରେ ଭାବଗତ ବନ୍ଧନର କଥା

Jul 11, 2023 - 20:29
Jul 11, 2023 - 20:30
 0  8
"ଓଡ଼ିଶାରେ ଶିଖ୍ ଧର୍ମର ଇତିହାସ" ଶୀର୍ଷକ ପୁସ୍ତକକୁ ପ୍ରଶଂସା:  ଏଥିରେ ଅଛି ଜଗନ୍ନାଥ ସଂସ୍କୃତି ଓ ଶିଖ୍ ଧର୍ମ ମଧ୍ୟରେ ଭାବଗତ ବନ୍ଧନର କଥା
"ଓଡ଼ିଶାରେ ଶିଖ୍ ଧର୍ମର ଇତିହାସ" ଶୀର୍ଷକ ପୁସ୍ତକକୁ ପ୍ରଶଂସା:  ଏଥିରେ ଅଛି ଜଗନ୍ନାଥ ସଂସ୍କୃତି ଓ ଶିଖ୍ ଧର୍ମ ମଧ୍ୟରେ ଭାବଗତ ବନ୍ଧନର କଥା
"ଓଡ଼ିଶାରେ ଶିଖ୍ ଧର୍ମର ଇତିହାସ" ଶୀର୍ଷକ ପୁସ୍ତକକୁ ପ୍ରଶଂସା:  ଏଥିରେ ଅଛି ଜଗନ୍ନାଥ ସଂସ୍କୃତି ଓ ଶିଖ୍ ଧର୍ମ ମଧ୍ୟରେ ଭାବଗତ ବନ୍ଧନର କଥା

ଭୁବନେଶ୍ଵର, ତା.୧୧.୦୭.୨୦୨୩ ବାଲେଶ୍ଵରର ଯୁବ ଲେଖକ ଅବିନାଶ ମହାପାତ୍ରଙ୍କ ରଚିତ "ଓଡ଼ିଶାରେ ଶିଖ୍ ଧର୍ମର ଇତିହାସ" ଶୀର୍ଷକ ପୁସ୍ତକଟିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l ଏହା ସହ ସେ ଲେଖକଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି l 

ଉକ୍ତ ପୁସ୍ତକଟିରେ ଜଗନ୍ନାଥ ସଂସ୍କୃତି ଓ ଶିଖ୍ ଧର୍ମ ମଧ୍ୟରେ ଥିବା ଭାବଗତ ବନ୍ଧନ ସଂପର୍କରେ ସବିଶେଷ ବର୍ଣ୍ଣନା କରାଯାଇଛି l 

ପୁସ୍ତକଟିର ଲେଖକ ଶ୍ରୀ ମହାପାତ୍ର ଆଜି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ କାର୍ଯ୍ୟାଳୟରେ ଏହାର ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତିଙ୍କୁ ସାକ୍ଷାତ କରି ଏହି ପୁସ୍ତକଟିକୁ ଭେଟି ଦେଇଛନ୍ତି l

ସର୍ବଧର୍ମର ସମନ୍ଵୟ ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତି l ଯୁଗେ ଯୁଗେ ଏହା ସାଧୁସନ୍ଥ ଓ ମହାପୁରୁଷମାନଙ୍କୁ ଆକର୍ଷିତ କରିଆସିଛି l ଏହି କ୍ରମରେ ଶିଖ୍ ଧର୍ମର ପ୍ରବର୍ତ୍ତକ ତଥା ସଂସ୍ଥାପକ ଗୁରୁ ନାନକଙ୍କ ଶ୍ରୀକ୍ଷେତ୍ର ଆଗମନ ହୋଇଛି l ଏହାର ସ୍ମୃତି ସ୍ଵରୂପ ଶ୍ରୀକ୍ଷେତ୍ର ପୁରୀଠାରେ ଗୁରୁଦ୍ଵାର ପ୍ରତିଷ୍ଠା ହୋଇଛି l 

ଗୁରୁ ନାନକ ଦେବଙ୍କ ପ୍ରବର୍ତ୍ତିତ ଶିଖ୍ ଧର୍ମ ବିଶ୍ୱ ଭ୍ରାତୃତ୍ୱ, ତ୍ୟାଗ, ସାମାଜିକ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମରେ ବିଶ୍ୱାସ କରିବା ସହ ମାନବିକ ମୂଲ୍ୟବୋଧ ତଥା ବିଶ୍ଵପ୍ରେମ ଉପରେ ଗୁରୁତ୍ଵାରୋପ କରେ l 

ନାନକଙ୍କ ଓଡିଶା ଆଗମନ, ଓଡିଶାରେ ଶିଖ୍ ଧର୍ମର ଅବସ୍ଥିତି, କ୍ରମବିକାଶ, ପ୍ରଚାର ପ୍ରସାର ସହ ଏହାର ସାରମର୍ମ ଉଲ୍ଲେଖ ଥିବା ଏହି ସଚିତ୍ର ପୁସ୍ତକ ଯୁବପିଢିଙ୍କୁ ଧର୍ମାନୁରାଗୀ କରିବା ସହ ଗବେଷକମାନଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଶିଖ୍ ଧର୍ମ ମଧ୍ୟରେ ଥିବା ସମନ୍ୱୟ ସଂପର୍କରେ ଅଧିକ ସଚେତନତା ପାଇଁ ଖୋରାକ ଯୋଗାଇବ ବୋଲି ସାକ୍ଷାତ ପରିପ୍ରେକ୍ଷୀରେ ଓଟିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ଆଶାବ୍ୟକ୍ତ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow